ETV Bharat / state

ମିଥ୍ୟା ଖବର ପ୍ରସାରଣକୁ ନେଇ ଉତ୍ତେଜନା, ସାମ୍ବାଦିକଙ୍କୁ ଗିରଫ ଦାବିରେ ଥାନା ଘେରାଉ

author img

By

Published : Dec 13, 2022, 1:22 PM IST

ମିଥ୍ୟା ଖବର ପ୍ରସାରଣ କରିବାରୁ ଓ୍ବେବ ପୋର୍ଟାଲ ବିରୋଧରେ ମାମଲା ରୁଜୁ କଲା ବାଲିକୁଦା ପୋଲିସ । ସାମ୍ବାଦିକଙ୍କୁ ଗିରଫ ଦାବିରେ ବାଲିକୁଦା ଥାନା ଘେରାଉ କଲେ ପୁରାଜତନ ଛାତ୍ର । ଅଧିକ ପଢନ୍ତୁ

ମିଥ୍ୟା ଖବର ପ୍ରସାରଣକୁ ନେଇ ଉତ୍ତେଜନା
ମିଥ୍ୟା ଖବର ପ୍ରସାରଣକୁ ନେଇ ଉତ୍ତେଜନା
ମିଥ୍ୟା ଖବର ପ୍ରସାରଣକୁ ନେଇ ଉତ୍ତେଜନା

ଜଗତସିଂହପୁର: ମିଥ୍ୟା ଖବର ପ୍ରସାରଣକୁ ନେଇ ଉତ୍ତେଜନା । ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଚରିତ୍ରକୁ ନେଇ ଖବର ପ୍ରସାରଣ କରିବାରୁ ଓ୍ବେବ ପୋର୍ଟାଲ ଚ୍ୟାନେଲ ବିରୋଧରେ ଥାନାରେ ଅଭିଯୋଗ । ଏଭଳି ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା ବ୍ଲକ ଚମ୍ପେସ୍ୱର ଉଚ୍ଚ ବିଦ୍ୟାଳୟରେ ଉତ୍ତେଜନା । ବାଲିକୁଦା ଥାନା ୱେବ ପୋର୍ଚାଲ ନାମରେ ଅଭିଯୋଗ ପରେ ସାମ୍ବାଦିକଙ୍କୁ ପଚରାଉଚରା କରି ମାମଲା ରୁଜୁ କଲା ପୋଲିସ । ଗିରଫ ଦାବିରେ ଥାନା ଘେରାଉ କଲେ ପୁରାତନ ଛାତ୍ର ଓ ଗ୍ରାମବାସୀ ।

ମିଳିଥିବା ସୂଚନା ଅନୁଯାୟୀ, ଗତ 5 ତାରିଖ ଦିନ ଥାଇଲୋ ପଞ୍ଚାୟତର ଚମ୍ପେଶ୍ୱର ଉଚ୍ଚ ବିଦ୍ୟାଳୟରେ ଜଣେ ୱେବ ପୋଟଲର ସାମ୍ବାଦିକ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ୫ଟି କାର୍ଯ୍ୟକୁ ନେଇ ପ୍ରଶ୍ନ କରିଥିଲେ, ଏଥି ସହ ବିଦ୍ୟାଳୟରେ ଦୁର୍ନୀତି ହେବା ନେଇ କହିଥିଲେ। ଏହାପରେ ପ୍ରଧାନ ଶିକ୍ଷକ ପରିଚୟ ପଚାରିବାରୁ ସାମ୍ବାଦିକ ଜଣକ ସେଠାରୁ ଚାଲି ଆସିଥିଲେ । ପରେ ପ୍ରଧାନ ଶିକ୍ଷକଙ୍କ ଚରିତ୍ରକୁ ନେଇ ସମ୍ବାଦ ପରିବେଷଣ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ୱେବ ପୋଟାଲର ସାମ୍ବାଦିକଙ୍କୁ ପଚରାଉଚରା କରିବା ସହ ଆଇପିସି ଧାରା ୩୮୪,୨୯୪, ଓ ୫୦୬ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଅନ୍ୟପଟେ ଉକ୍ତ ସାମ୍ବାଦିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ଗିରଫ କରାଯାଉ ବୋଲି ଅଡି ବସିଛନ୍ତି ପୁରାତନ ଛାତ୍ର । ଗିରଫ ଦାବିରେ ଶତାଧିକ ଗ୍ରାମବାସୀ ଓ ପୁରାତନ ଛାତ୍ର ବାଲିକୁଦା ଥାନା ଘେରାଉ କରିଛନ୍ତି । ଏଥିସହ 7ଦିନ ଭିତରେ ଯଦି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.