ETV Bharat / state

ବାଲିକୁଦାରେ ଆବାସ ଯୋଜନାରେ ମହାଦୁର୍ନୀତି, ଓଷକଣା ପଞ୍ଚାୟତ ଜିଆରଏସ ବହିଷ୍କୃତ - ଆବାସ ଯୋଜନାରେ ମହାଦୁର୍ନୀତି

ଆବାସ ଯୋଜନାରେ ଜଣେ ଅଯୋଗ୍ୟ ହିତାଧିକାରୀଙ୍କୁ ଅନୁକମ୍ପା ଦେଖାଇ ବାଲିକୁଦା ବ୍ଲକ ଓଷକଣା ପଞ୍ଚାୟତର ଜିଆରଏସ ବହିଷ୍କୃତ । ଅଧିକ ପଢନ୍ତୁ..

Balikuda: Big corruption in PMAYG,  DM jagatsinghpur expelled JRS
ବାଲିକୁଦାରେ ଆବାସ ଯୋଜନାରେ ମହାଦୁର୍ନୀତି, ଓଷକଣା ପଞ୍ଚାୟତ ଜିଆରଏସ ବହିଷ୍କୃତ
author img

By

Published : Dec 5, 2020, 10:14 PM IST

ଜଗତସିଂହପୁର: ଗରିବ ମଣିଷଟେ ପାଇଁ ଦିନେ ପକ୍କା ଘର ସାତସପନ ହୋଇଥିଲା । ମାତ୍ର ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଆବାସ ଯୋଜନାରେ ଏହି ସ୍ବପ୍ନକୁ ସତ କରାଉଛନ୍ତି । ତେବେ ତୃଣମୂଳ ସ୍ଥରରେ ଥିବା କିଛି ଦୁର୍ନୀତିଖୋର ଓ ଲାଞ୍ଚୁଆ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧକାରୀଙ୍କ ପାଖେ ପହଞ୍ଚିବା ପୂର୍ବରୁ ବାଟମାରଣା ହେଉଛି । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଜିଲ୍ଲାର ବାଲିକୁଦା ବ୍ଳକ ଓଷକଣା ପଞ୍ଚାୟତରେ ଘଟିଥିବା ଏକ ଘଟଣା ।

ଆବାସ ଯୋଜନାରେ ଜଣେ ଅଯୋଗ୍ୟ ହିତାଧିକାରୀଙ୍କୁ ଅନୁକମ୍ପା ଦେଖାଇ ଜଣେ ଜିଆରଏସଙ୍କୁ ଚାକିରୀ ହରେଇବାକୁ ପଡିଛି । ବାଲିକୁଦା ବ୍ଲକ ଓଷକଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଓଷକଣା ପଞ୍ଚାୟତର କୃଷ୍ଣଚନ୍ଦ୍ର ରାଉତଙ୍କୁ 2016-17 ଆର୍ଥିକ ବର୍ଷର କ୍ରମିକ ନଂ 2855083ରେ କୃଷ୍ଣଚନ୍ଦ୍ର ରାଉତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଥିଲା ।

କିନ୍ତୁ ତତ୍କାଳୀନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଜିତ ଦାସ ଓ ସେହି ଜିଆରଏସ ରାଜକିଶୋର ପରିଡା ଚଞ୍ଚକତା କରି ଅନ୍ୟ ଜଣେ କୃଷ୍ଣଚନ୍ଦ୍ରଙ୍କୁ ଗୃହ ନିର୍ମାଣ ବାବଦକୁ 1ଲକ୍ଷ 32 ହଜାର ଟଙ୍କା ଦେଇଥିଲେ। ଏ ସମ୍ପର୍କରେ କୃଷ୍ଣ ଚନ୍ଦ୍ର ରାଉତ ଜାଣିବା ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।

ଜିଲ୍ଲାପାଳ ବାଲିକୁଦା ବିଡିଓ କଲ୍ୟାଣ ସୌରଭ ଦାସଙ୍କୁ ଏସମ୍ପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା । ପରେ ଜିଲ୍ଲାପାଳ ତତ୍କାଳୀନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଜିତ ଦାଙ୍କୁ ନିଲମ୍ବିତ କରିଥିବା ବେଳେ, ଜିଆରଏସ ରାଜ କିଶୋର ପରିଡାଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି। ଏହାକୁ ନେଇ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.