ETV Bharat / state

ସେପ୍ଟେମ୍ବର 25ରୁ ଜଗତସିଂହପୁରରେ ଗଡ଼ିବ ଅହିଂସା ରଥ - ଅହିଂସା ରଥ 25 ତାରିଖରେ ଜଗତସିଂହପୁର ସହରରେ ପହଞ୍ଚିବ

ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଗଡ଼ିବ ଅହିଂସା ରଥ । ଆସନ୍ତା ୨୫ରୁ ଜଗତସିଂହପୁର ଜିଲ୍ଲାରେ ଅହିଂସା ରଥ ଗଡିବା ନେଇ ଜିଲ୍ଲାପାଳଙ୍କ ସୂଚନା ।

Ahinsa ratha starts on 25th in Jagatsinghpur

author img

By

Published : Sep 20, 2022, 8:48 AM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆସନ୍ତା 25 ତାରିଖ ଠାରୁ ଗଡିବ ଅହିଂସା ରଥ(Ahinsa ratha starts on 25th in Jagatsinghpur) । ସ୍ୱାଧୀନତାର 75 ବର୍ଷ ପୂର୍ତ୍ତୀ ଅବସରରେ ସମଗ୍ର ରାଜ୍ୟରେ ପରିକ୍ରମା କରୁଥିବା ଅହିଂସା ରଥ 25 ତାରିଖରେ ଜଗତସିଂହପୁର ସହରରେ ପହଞ୍ଚିବ । ପରେ ପର୍ଯ୍ୟାୟ କ୍ରମେ ବିରିଡି, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ, ପାରାଦ୍ୱୀପ, ଏରସମା, ବାଲିକୁଦା, ନାଉଗାଁ ଆଦି ଅଞ୍ଚଳ ପରିକ୍ରମା କରିବ । ଏଥିସହ ବିଭିନ୍ନ ସ୍ଥାନରେ ଏହି ରଥକୁ ସ୍ୱାଗତ କରାଯିବ ବୋଲି ଜିଲ୍ଲାପାଳ ପାରୁଲ ପଟୱାରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆସନ୍ତା ୨୫ରୁ ଜଗତସିଂହପୁରରେ ଗଡ଼ିବ ଅହିଂସା ରଥ

ଏନେଇ ଜିଲ୍ଲାପାଳ କହିଛନ୍ତି, ''ଜିଲ୍ଲାରେ ଅଂହିସା ରଥ ପରିକ୍ରମା କରିବା ସମୟରେ ବିଭିନ୍ନ ସ୍ଥାନରେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ରାତ୍ରୀ ଯାପନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।'' ଏନେଇ ଜିଲ୍ଲାର ଗୌରବ ବହନ କରି ଆସୁଥିବା ଶତାୟୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ ଆଲୋଚନା କରାଯିବା ସହ ଦେଶ ମାତୃକାର ସେବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଉଛି । ଏଥିରେ ସମସ୍ତ ଜିଲ୍ଲାବାସୀ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.