ETV Bharat / state

ଜଗତସିଂହପୁରରେ ପୁଣି 22 କୋରୋନା ଆକ୍ରାନ୍ତ ଚିହ୍ନଟ

ସୋମବାର ଜିଲ୍ଲାରେ ପୁଣି 22ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲରୁ 8, ବିରିଡିରୁ 4, ବାଲିକୁଦାରୁ 4, ଜଗତସିଂହପୁରରୁ 5 ଓ ରଘୁନାଥପୁରରୁ ଜଣେ ଚିହ୍ନଟ ହୋଇଛନ୍ତି।

ଜଗତସିଂହପୁରରେ ପୁଣି 22 ଟି କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Aug 3, 2020, 10:16 PM IST

ଜଗତସିଂହପୁର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବରେ ଲାଗିଛି । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସୋମବାର ଜିଲ୍ଲାରେ ପୁଣି 22 କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲରୁ 8, ବିରିଡିରୁ 4, ବାଲିକୁଦାରୁ 4, ଜଗତସିଂହପୁରରୁ 5 ଓ ରଘୁନାଥପୁରରୁ ଜଣେ ଚିହ୍ନଟ ହୋଇଛନ୍ତି।

ଜଗତସିଂହପୁରରେ ପୁଣି 22 ଟି କୋରୋନା ଆକ୍ରାନ୍ତ ଚିହ୍ନଟ
ଜଗତସିଂହପୁରରେ ପୁଣି 22 ଟି କୋରୋନା ଆକ୍ରାନ୍ତ ଚିହ୍ନଟ

ସେମାନେ ନିକଟରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ଆସିଥିବାବେଳେ ଜଣେ ସାଉଦିଆରବରୁ ଫେରି ଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସାଉଦି ଆରବରୁ ଆକ୍ରାନ୍ତ ଜଣକ କିପରି ଆସିଲେ ତାକୁ ନେଇ ପ୍ରଶାସନ ତନାଘନା ଆରମ୍ଭ କରିଛି। ଏହାକୁ ନେଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା 761ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 597 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 162ଟି ସକ୍ରିୟ ମାମଲା ରହିଛି । ଆକ୍ରାନ୍ତମାନେ ପାରାଦ୍ବୀପ କୋଭିଡ ହସ୍ପିଟାଲ ଓ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.