ETV Bharat / state

ଜଗତସିଂହପୁରରୁ 104 ପଜିଟିଭ ଚିହ୍ନଟ, ଜଣେ ଆକ୍ରାନ୍ତଙ୍କଠୁ 21 ସଂକ୍ରମିତ

author img

By

Published : Sep 23, 2020, 8:01 AM IST

ଜଗତସିଂହପୁର ଜିଲ୍ଲାରେ ଥମୁନି କୋରୋନା । ବୁଧବାର 104 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ସହରରେ ଜଣେ କୋରୋନ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି 21 ଜଣ ସଂକ୍ରମିତ ହୋଇ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ପୁଣି 104 କୋରୋନା ପଜିଟିଭ ଚିହ୍ନଟ, ସହରରେ ବଢୁଛି ଗୋଷ୍ଠି ସଂକ୍ରମଣ

ଜଗତସିଂହପୁର: ଜିଲ୍ଲାରେ ଥମୁନି କୋରୋନା । ବୁଧବାର 104 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ରୁ 12, ବିରିଡିରୁ 4, ଏରସମାରୁ 1, ଜଗତସିଂହପୁର ଗ୍ରାମାଞ୍ଚଳରୁ 16, ରଘୁନାଥପୁରରୁ 15, ତ୍ରିତୋଲରୁ 6, ନାଉଗାଁରୁ 1, ପାରାଦୀପରୁ 16, କୁଜଙ୍ଗ ରୁ 8, ଓ ସର୍ବାଧିକ ଜଗତସିଂହପୁର ସହର ରୁ 24 ଜଣ ଚିହ୍ନଟ ହୋଇଛନ୍ତି।

ଜଗତସିଂହପୁର ସହରରେ ଜଣେ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି 21 ଜଣ ସଂକ୍ରମିତ ହୋଇ ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ବିରିଡି ବ୍ଲକରେ ଆଜି ଜଣେ ନର୍ସ କୋରୋନା ପଜେଟିଭ ଥିବା ଜଣାପଡ଼ିଛି।

ଆଜିକୁ ନେଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4212ରେ ପହଁଚିଛି। ସେମାନଙ୍କ ମଧ୍ୟରୁ 2886 ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ସକ୍ରିୟ ଆକ୍ରାନ୍ତ ଭାବେ ବର୍ତ୍ତମାନ ସୁଦ୍ଧା 1320 ଜଣ ପାରାଦୀପ କୋଭିଡ ହସ୍ପିଟାଲ ଓ ଭୁବନେଶ୍ୱରର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । କୋରୋନା ଜନିତ ମୃତ୍ୟୁସଂଖ୍ୟା 7କୁ ବୃଦ୍ଧି ପାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.