ETV Bharat / state

ଭୋଟ ଦେବାକୁ ଆସି ବୃଦ୍ଧା ମୃତ

author img

By

Published : Nov 3, 2020, 9:42 PM IST

ଶୃଙ୍ଖଳାର ସହିତ ସରିଲା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ । ଆଜି ଅପରାହ୍ନରେ ଜଣେ 80 ବର୍ଷୀୟ ବୃଦ୍ଧା ଭୋଟ ଦେବାକୁ ଯିବା ବେଳେ ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭୋଟ ଦେବାକୁ ଆସି ବୃଦ୍ଧା ମୃତ
ଭୋଟ ଦେବାକୁ ଆସି ବୃଦ୍ଧା ମୃତ

ଜଗତସିଂହପୁର: ଶୃଙ୍ଖଳାର ସହିତ ସରିଲା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ । ଭୋଟ ଦେଲେ 67.97 ପ୍ରତିଶତ ଭୋଟର । ହେଲେ ଆଜି ଅପରାହ୍ନରେ ଜଣେ 80 ବର୍ଷୀୟ ବୃଦ୍ଧାଙ୍କ ଭୋଟ ଦେବାକୁ ଯିବା ବେଳେ ମୃତ୍ୟୁ ଘଟିଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଡୁଆ ଗ୍ରାମର ନଗରୀ ସେଠୀ ନାମକ ବୃଦ୍ଧା ଭୋଟ ଦେବା ପାଇଁ ଆସୁଥିବା ବେଳେ ବାଟରେ ପଡିଯାଇ ପ୍ରାଣ ହରାଇଛନ୍ତି । ବୃଦ୍ଧାଙ୍କ ମୃତ୍ୟୁରେ ଶୋକକୂଳରେ ଉକ୍ତ ଗ୍ରାମ ।

ସୂଚନା ଥାଉକି, ଆଜି ସକାଳ 7 ରୁ ଆରମ୍ଭ ହୋଇଥିଲା ମତଦାନ । ଏହି ନିର୍ବାଚନ ମଣ୍ଡଳୀରେ 2 ଲକ୍ଷ 39 ହଜାର ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ 1 ଲକ୍ଷ 61 ହଜାର 296 ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଯାହା 67.97 ପ୍ରତିଶତ ଭୋଟିଂ ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.