ETV Bharat / state

ଜଗତସିଂହପୁରରେ ଗଛରେ ପିିଟି ହେଲା ଜନନୀ ଏକ୍ସପ୍ରେସ, ନବଜାତକ ଶିଶୁ ମୃତ - ଗଛରେ ପିିଟି ହେଲା ଆମ୍ବୁଲାନ୍ସ

ଡାକ୍ତରଖାନା ଆସୁଥିବାବେଳେ ଏକ 108 ଆମ୍ବୁଲାନ୍ସ ଦୁର୍ଘଟଣା ହୋଇଛି । ଫୋନ୍‌ରେ କଥା ହୋଇ ଡ୍ରାଇଭ ଗାଡି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

ଗଛରେ ପିିଟି ହେଲା ଆମ୍ବୁଲାନ୍ସ
ଗଛରେ ପିିଟି ହେଲା ଆମ୍ବୁଲାନ୍ସ
author img

By

Published : Sep 8, 2022, 11:59 AM IST

ଜଗତସିଂହପୁର: ବେପରୁଆ ଗାଡି ଚାଳନା ପାଇଁ ଘଟିଲା ଅଘଟଣ । ଜଗତସିଂହପୁର ଜିଲ୍ଲା ପଟେଣି ପଞ୍ଚାୟତ ନଛିପୁର ବାଲିସାହି ଗ୍ରାମରୁ ଜଣେ ପ୍ରସୂତିଙ୍କୁ ଡାକ୍ତରଖାନା ଆଣି ଆସୁଥିବାବେଳେ, ଏକ 102 ଆମ୍ବୁଲାନ୍ସ ନମ୍ବର OD 21H5 ଦୁର୍ଘଟଣାଗ୍ରସ୍ତ ହୋଇଛି । ଫୋନରେ କଥା ହୋଇ ଡ୍ରାଇଭ ଗାଡି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଛି ଫଳରେ ନବଜାତକ ଶିଶୁର ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭର ନାମରେ ଥାନାରେ ଏତଲା ହୋଇଛି ।

ଗଛରେ ପିିଟି ହେଲା ଆମ୍ବୁଲାନ୍ସ

ସୂଚନା ଅନୁସାରେ, ଜିଲ୍ଲା ପଟେଣି ଗାଁ ପଞ୍ଚାୟତ ନଛିପୁର ବାଲିସାହି ଗ୍ରାମର ରମେଶ ସେଠୀଙ୍କ ବୋହୂ ସାବିତ୍ରୀ ସେଠୀ ଗର୍ଭବତୀ ଥିଲେ । ପ୍ରସବ ଯନ୍ତ୍ରଣା ହେବାରୁ 102 ଆମ୍ବୁଲାନ୍ସ ଯୋଗେଁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣା ଯାଉଥିଲା । ଏହି ସମୟରେ ବାଟରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବେପରୁଆ ଭାବେ ଗାଡ଼ି ଚଳାଉଥିବା ସହ ମୋବାଇଲରେ କଥା ହେଉଥିଲେ । ଫଳରେ ଏକ ଗଛରେ ଆମ୍ବୁଲାନ୍ସଟି ପିଟି ହୋଇ ଯାଇଥିଲା । ଗଛରେ ଗାଡି ପିଟି ହେବାରୁ ସାବିତ୍ରୀ ସେଠୀଙ୍କ ଶ୍ବଶୁର ରମେଶ ସେଠୀ ଗୁରୁତର ଆହତ ହୋଇଥିଲେ । ସାବିତ୍ରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ।

ଏହା ବି ପଢନ୍ତୁ...କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ, ଫଳପ୍ରଦ ହେବ କହିଲେ ସୁର

ଯନ୍ତ୍ରଣା ଅନୁଭବ କରିବାରୁ ପ୍ରସୂତୀ ସାବିତ୍ରୀ ସେଠୀଙ୍କୁ ଜଗତସିଂପୁର ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଜନ୍ମ ପରେ ନବଜାତ ଶିଶୁପୁତ୍ର ଦେହ ଅସୁସ୍ଥ ହେବାରୁ ଚିକିତ୍ସା ନିମନ୍ତେ ଡ଼ାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ତାନାନ୍ତର କରିଥିଲେ । କଟକ ଯିବା ବାଟରେ ଶିଶୁପୁତ୍ର ହଠାତ୍ ନିସ୍ତେଜ ହୋଇ ପଡିଥିଲା ।

ଶିଶୁକୁ କଟକରେ ଦେଖିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି । ଏ ନେଇ ଜଗତସିଂପୁର ଥାନାରେ ଡ୍ରାଇଭର ନାଁରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ନିକଟରେ ଅନେକ ସ୍ଥାନରେ ଏହି ପରି ଆମ୍ବୁଲାନ୍ସ ଦୁର୍ଘଟଣା ଘଟିଥିବା ନଜିର ରହିଛି । ଗତ ଆଗଷ୍ଟ ୨୪ ତାରିଖରେ ଯାଜପୁର କୁଆଖାଇ ରାସ୍ତା ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଆମ୍ବୁଲାନ୍ସ ଖସି ପଡିଥିଲା । ଏଥିରେ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ । ରୋଗୀଙ୍କୁ ସୁରକ୍ଷିତ ଡାକ୍ତରଖାନାରେ ପହଞ୍ଚାଇବାରୁ ରାଜ୍ୟ ସରକାର 108 ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି । ହେଲେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ରୋଗୀଙ୍କ ଜୀବନ ବିପଦରେ ପଡୁଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.