ETV Bharat / state

ପୋଲିସ ନାଁରେ ମରଣାନ୍ତକ ଆକ୍ରମଣ ଅଭିଯୋଗ; ଦୁଇ ଯୁବକ ଆହତ, ଏସପିଙ୍କ ନିକଟରେ ଫେରାଦ ହେଲେ ପୀଡିତ ପରିବାର - ପୋଲିସ ଆକ୍ରମଣରେ ଯୁବକ ଆହତ

ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ପୋଲିସ କର୍ମଚାରୀ ନାଁରେ ମାଡ଼ ମାରିବା ଅଭିଯୋଗ । ଦୁଇଜଣ ଯୁବକଙ୍କୁ ପୋଲିସ କର୍ମଚାରୀ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

allegedly police attack on two youth
ପୋଲିସ ନାଁରେ ମରଣାନ୍ତକ ଆକ୍ରମଣ ଅଭିଯୋଗ
author img

By

Published : Jul 8, 2023, 10:01 PM IST

ପୋଲିସ ନାଁରେ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଜଗତସିଂହପୁର: କିଛିଦିନର ନୀରବତା ପରେ ପୁଣି ଅଭୟଚାନ୍ଦପୁର ପୋଲିସ ନାଁରେ ଅଭିଯୋଗ ଆସିଛି । ଅଭୟଚାନ୍ଦପୁର ପୋଲିସ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ଯୁବକ ହେଲେ ରାକେଶ ବେହେରା ଓ ସତ୍ୟରଞ୍ଜନ ସ୍ଵାଇଁ । ତା ଙ୍କୁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଛି । ଉକ୍ତ ପୋଲିସଙ୍କ ବିରୋଧରେ ଆହତଙ୍କ ପରିବାର ଲୋକେ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: କନେଷ୍ଟବଳଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ! ଥାନାର ଦ୍ବାରସ୍ଥ ପତ୍ନୀ

ଅଭିଯୋଗ ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ପାରାଦୀପଗଡ଼ର ରାକେଶ ବେହେରା ଓ କତକୁଲା ଗ୍ରାମର ସତ୍ୟରଞ୍ଜନ ସ୍ଵାଇଁ ନୂଆଗାଁରୁ ଫେରୁଥିଲେ । ଏହି ସମୟରେ ଅଭୟଚାନ୍ଦପୁର ଥାନା ନିକଟରେ ପୋଲିସର ବ୍ଲକିଂ ଚାଲୁଥିବା ସମୟରେ ଦୁଇ ଯୁବକଙ୍କୁ ପୋଲିସ ଅଟକାଇଥିଲେ। ସେମାନେ ଗାଡ଼ି ସାଇଡ କରିବା ଭିତରେ ପୋଲିସ ସେମାନଙ୍କୁ ଲାଠିରେ ପିଟିଥିଲେ । ପୋଲିସ କର୍ମଚାରୀଙ୍କ ମାଡ଼ରେ ରାକେଶଙ୍କ ଆଖିରେ ଆଘାତ ଲାଗିଥିବା ବେଳେ ସତ୍ୟରଞ୍ଜନଙ୍କ ମୁଣ୍ଡ ଏବଂ ହାତରେ ସାମାନ୍ୟ ଆଘାତ ଲାଗିଛି । ଦୁଇ ଯୁବକଙ୍କୁ ଅଠରବାଙ୍କି ମେଡିକାଲରେ ଚିକିତ୍ସା କରାଯାଇ ନିଜ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ: ପୋଲିସ ମାରିଦେଲା ମୋ ପୁଅକୁ ! କମିସନରେଟ ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ

ଏ ସମ୍ପର୍କରେ ପୋଲିସ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ବ୍ଲକିଂ ସମୟରେ ସେମାନେ ଗାଡି ନ ରଖି ପୋଲିସ କର୍ମଚାରୀଙ୍କ ଉପରେ ଚଢାଇ ଦେଇଥିଲେ । ଏଥିପାଇଁ ଥାନାରେ ଏକ ମାମଲା ଦାଏର କରାଯାଇଥିବା ପୋଲିସ କହିଛି । ଏହି ଘଟଣାରେ ଆହତ ରାକେଶର ଆଖିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ କଟକ ପଠାଯାଇଛି । ଅନ୍ୟପଟେ ପରିବାର ଲୋକେ ଅଭୟଚାନ୍ଦପୁରର ଉକ୍ତ ପୋଲିସ କର୍ମଚାରୀ ବିରୋଧରେ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ଯଦି ଏସପିଙ୍କ ନିକଟରୁ ନ୍ୟାୟ ନ ମିଳେ ତେବେ କୋର୍ଟର ଆଶ୍ରୟ ନେବେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ରାକେଶ ବେହେରା କହିଛନ୍ତି, ନୂଆଗାଁରୁ ଫେରୁଥିବା ସମୟରେ ଅଭୟଚାନ୍ଦପୁର ଥାନା ଆଗରେ ହଠାତ ଚାରିଜଣ ପୋଲିସ କର୍ମଚାରୀ ଆସି ଅଟକାଇଥିଲେ । ଗାଡ଼ିରେ ବ୍ରେକ ମାରି ଗତି ଧୀର କରିବା ସମୟରେ ପୋଲିସ ଆମ ଉପରେ ଆକ୍ରମଣ କରିଥିଲେ । ଯାହା ଫଳରେ ଆଖିରେ ଗଭୀର ଆଘାତ ଲାଗିଛି । ଏଣୁ କରି ଉକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.