ETV Bharat / state

ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ, ବିପୁଳ ପରିମାଣର ମଦ ଜବତ

author img

By

Published : Mar 29, 2021, 10:42 PM IST

ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଚୋରା ମଦ ଜବତ କରିଛି ଜଗତସିଂହପୁର ଥାନା ପୋଲିସ । ଅଧିକ ପଢନ୍ତୁ...

ବିପୁଳ ପରିମାଣର ମଦ ଜବତ
ବିପୁଳ ପରିମାଣର ମଦ ଜବତ

ଜଗସିଂହପୁର: ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଚୋରା ମଦ ଜବତ କରିଛି ଜଗତସିଂହପୁର ଥାନା ପୋଲିସ । ସୋମବାର ହୋଲି ଥିବାରୁ ସଦର ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ୍ ଜୋରଦାର କରାଯାଇଥିଲା। ପୋଲିସ ପ୍ରଥମେ ସନ୍ଧ୍ୟା 5ଟା ସମୟରେ ଅଳସୁଧା ଅଂଚଳରେ ଚଢ଼ାଉ କରି 200 ଶହ ଲିଟର ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ହେଲେ ସେହି ଗ୍ରାମର ରଙ୍ଗାଧର ବେହେରା।

ବିପୁଳ ପରିମାଣର ମଦ ଜବତ
ବିପୁଳ ପରିମାଣର ମଦ ଜବତ

ସେହିପରି ଜଗତସିଂହପୁର ଉପକଣ୍ଠ ମଣ୍ଡସାହି ଅଂଚଳରେ ଚଢ଼ାଉ କରି 26 ଲିଟର ମଦ ଜବତ କରିଛି ପୋଲିସ। ସହର ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ସହରରେ ଅପରାଧିକ କାର୍ଯ୍ୟ ବଢିବାକୁ ଲାଗୁଛି। ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.