ETV Bharat / state

ବିରୋଧ ପରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟାରୁ ଓହରିଲା ପ୍ରଶାସନ - balikuda prawn plant eviction

ବାଲିକୁଦା ତହସିଲ ଅନ୍ତର୍ଗତ କୁସୁପୁର, ଅନନ୍ତ ପୁର, ବର ମୁଣ୍ଡଳୀ, ନହରଣା, ମରିଚପୁର ଓ ରାହାଣ ପଞ୍ଚାୟତର ଶତାଧିକ ଲୋକ ସମୁଦ୍ର ଉପକୂଳରେ ଥିବା ଜଙ୍ଗଲ କିସମ ଜମିକୁ ଜବରଦଖଲ କରି ଚଳାଇଥିବା ଚିଙ୍ଗୁଡ଼ି ଘେରିକୁ ଜିଲ୍ଲା ପ୍ରଶାସନ ଆଜି(ବୁଧବାର) ଭାଙ୍ଗିବାକୁ ଯାଇଥିବାବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ପଛକୁ ଫେରିଛି ପ୍ରଶାସନ । ଅଧିକ ପଢନ୍ତୁ...

ବିରୋଧ ପରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟାରୁ ଓହରିଲା ପ୍ରଶାସନ

author img

By

Published : Aug 18, 2021, 9:07 PM IST

ଜଗତସିଂହପୁର: ଜିଲ୍ଲାର ବାଲିକୁଦା ତହସିଲ ଅନ୍ତର୍ଗତ କୁସୁପୁର, ଅନନ୍ତ ପୁର, ବର ମୁଣ୍ଡଳୀ, ନହରଣା, ମରିଚ ପୁର ଓ ରାହାଣ ପଞ୍ଚାୟତର ଶତାଧିକ ଲୋକ ସମୁଦ୍ର ଉପକୂଳରେ ଥିବା ଜଙ୍ଗଲ କିସମ ଜମିକୁ ଜବରଦଖଲ କରି ଚଳାଇଥିବା ଚିଙ୍ଗୁଡ଼ି ଘେରିକୁ ଜିଲ୍ଲା ପ୍ରଶାସନ ଆଜି(ବୁଧବାର) ଭାଙ୍ଗିବାକୁ ଯାଇଥିବାବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ପଛକୁ ଫେରିଛି ପ୍ରଶାସନ। ଆଜି ସ୍ଥାନୀୟ ତହସିଲଦାର ଓ ସଶସ୍ତ୍ର ପୋଲିସ ବାହିନୀ ପ୍ରଥମେ କୁସୁପୁର ଯାଇ ସେଠାରେ ଥିବା ଚିଙ୍ଗୁଡ଼ି ଘେରି କରିଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ କହିବା କଥା ବାପ ଅଜା ଅମଳରୁ ସେମାନେ ସରକାରୀ ଜମିରେ ଚଳି ଆସୁଛନ୍ତି। ପ୍ରତିବର୍ଷ ହଜାର ହଜାର ଟଙ୍କା ଖଞ୍ଜଣା ଦେଉଛନ୍ତି। 15 ଦିନ ତଳେ ଲକ୍ଷ ଲକ୍ଷ ଟଙ୍କାର ଚିଙ୍ଗୁଡ଼ି ଜାଆଁଳ ଛଡ଼ିଛନ୍ତି।

ବିରୋଧ ପରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟାରୁ ଓହରିଲା ପ୍ରଶାସନ

ଯଦି ପ୍ରଶାସନ ପକ୍ଷରୁ ଏହାକୁ ଉଛେଦ କରାଯାଏ, ତେବେ ଚିଙ୍ଗୁଡ଼ି ବ୍ୟବସାୟରେ କ୍ଷତି ହେବା ସହ ଶହ ଶହ ଲୋକେ ବେରୋଜଗାର ହୋଇଯିବେ। ଜିଲ୍ଲା ପ୍ରଶାସନ ଏହା ବିଚାରକୁ ନେଇ ଆହୁରି ତିନି ମାସ ସମୟ ଦେବା ସହିତ ଏହି ତିନି ମାସ ମଧ୍ୟରେ ସରକାରୀ ଜଙ୍ଗଲ ଜମିକୁ ଛାଡିବାକୁ ନିର୍ଦ୍ଦେଶ ଦେଇଛି । ନଭେମ୍ବର ମାସ ସୁଦ୍ଧା ଜଙ୍ଗଲ ଜମିରେ ବେଆଇନ ଭାବେ କରିଥିବା ଚିଙ୍ଗୁଡ଼ି ଘେରିକୁ ଭାଙ୍ଗି ଦେବାକୁ ପ୍ରଶାସନ ନିବେଦନ କରିଛି । ଯଦି ଏହି ଡେଟଲାଇନ ସୁଦ୍ଧା ଚିଙ୍ଗୁଡ଼ି ଘେରିକୁ ନିଜ ଆଡୁ ନ ଉଛେଦ କରାଯାଏ ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଳ ପ୍ରୟୋଗ କରାଯାଇ ଉଛେଦ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.