ETV Bharat / state

ନକଲି ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ପ୍ରସ୍ତୁତ କରି ବନ୍ଧା ହେଲେ ଦୁଇ ଯୁବକ - ନକଲି ପ୍ରମାଣପତ୍ର ଦେଇ ପାରାଦୀପରେ ଦୁଇ ଗିରଫ

ନକଲି କୋଭିଡ ଓ ସ୍ୱାସ୍ଥ୍ୟଗତ ପ୍ରମାଣ ପତ୍ର ପ୍ରସ୍ତୁତ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାରାଦୀପ ଆଦର୍ଶ ଥାନା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢ଼ନ୍ତୁ

ନକଲି ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ପ୍ରସ୍ତୁତ କରି ବନ୍ଧା ହେଲେ ଦୁଇ ଯୁବକ

author img

By

Published : Jul 26, 2022, 7:55 PM IST

ପାରାଦୀପ: ନକଲି କୋଭିଡ ଓ ସ୍ୱାସ୍ଥ୍ୟଗତ ପ୍ରମାଣ ପତ୍ର ପ୍ରସ୍ତୁତ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳବାର ପାରାଦୀପ ଆଦର୍ଶ ଥାନା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭୟଚାନ୍ଦ ଥାନା ଅନ୍ତର୍ଗତ ବଗଦିଆ ନିକଟ ଡାଳିମ୍ବପୁର ଗ୍ରାମର ଦୁଇ ଯୁବକ ନକଲି ସ୍ୱାସ୍ଥ୍ୟ ପ୍ରମାଣ ପତ୍ର ଯୋଗାଉଥିବା ନେଇ ପୋଲିସ ଖବର ପାଇଥିଲା ।

ନକଲି ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ପ୍ରସ୍ତୁତ କରି ବନ୍ଧା ହେଲେ ଦୁଇ ଯୁବକ

ଏହାପରେ ପୋଲିସ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ଡାଳିମ୍ବପୁର ଗ୍ରାମର ଗୋପୀନାଥ ତରାଇଙ୍କ ପୁଅ ଦୀପକ ତରାଇ ଓ କେଶବ ତରାଇଙ୍କ ପୁଅ କାଳନ୍ଦୀ ତରାଇ ବୋଲି ଜଣା ପଡ଼ିଛି । ନକଲି ସ୍ବାସ୍ଥ୍ୟ ପ୍ରମାଣପତ୍ର ପାଇଁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବସନ୍ତ କୁମାର ରାଉତ ଓ ଡାକ୍ତର ପ୍ରସନ୍ନ କୁମାର ସାମଲଙ୍କ ନକଲି ଷ୍ଟାମ୍ପ ପ୍ରସ୍ତୁତ କରିବା ସହ ଜାଲ୍‌ ଦସ୍ତଖତ କରୁଥିଲେ ଅଭିଯୁକ୍ତ ।

ଏହାକୁ ବ୍ୟବହାର କରି କୋଭିଡ ସମେତ ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ଶ୍ରମିକଙ୍କୁ ଯୋଗାଉଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କମ୍ପ୍ୟୁଟର ଓ ନକଲି ସିଲ୍‌ ଜବତ କରିଛି । ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏଥିରେ ଆଉ କେଉଁମାନେ ସାମିଲ ରହିଛନ୍ତି ସେନେଇ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ପାରାଦୀପ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.