ETV Bharat / state

ବିଧିବଦ୍ଧ ଭାବେ ଚାଲିଛି ମହମାୟାଙ୍କ ମହାନବମୀ ପୂଜା - Durga navami puja

ପୂରା ବିଧିବିଧାନ, ନୀତିକାନ୍ତି ଅନୁସାରେ ଜଗତସିଂହପୁରରେ ମଧ୍ୟ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି । ପୀଠରେ ମା'ଙ୍କ ବିଜୟଦଶମୀ ଏବଂ ମଣ୍ଡପରେ ମା'ଙ୍କ ମହାନବମୀ ପୂଜା ପାଳିତ ହେଉଛି ।

ମହମାୟାଙ୍କ ମହାନବମୀ ପୂଜା
ମହମାୟାଙ୍କ ମହାନବମୀ ପୂଜା
author img

By

Published : Oct 25, 2020, 9:25 PM IST

Updated : Oct 25, 2020, 10:20 PM IST

ଜଗତସିଂହପୁର: ବିଭିନ୍ନ ପୂଜା ମଣ୍ଡପରେ ଆଜି(ରବିବାର)ପାଳିତ ହୋଇଛି ମହାମାୟାଙ୍କ ମହାନବମୀ ପୂଜା । ପୂରା ବିଧିବିଧାନ, ନୀତିକାନ୍ତି ଅନୁସାରେ ଜଗତସିଂହପୁରରେ ମଧ୍ୟ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି । ମା' ଜଗତ ଜନନୀଙ୍କ କେତେକ ସ୍ଥାନରେ ଦଶମୀ ପୂଜା ମଧ୍ୟ ସମ୍ପାଦନ କରାଯାଉଛି। ପୀଠରେ ମା'ଙ୍କ ବିଜୟଦଶମୀ ଏବଂ ମଣ୍ଡପରେ ମା'ଙ୍କ ମହାନବମୀ ପୂଜା ପାଳିତ ହେଉଛି ।

ତେବେ ଜଗତସିଂହପୁର ସହରର ସୋମନାଥ ହାଟରେ ଥିବା ଦୁର୍ଗା ମଣ୍ଡପରେ ରବିବାର ମହାନବମୀରେ କୁଷ୍ମାଣ୍ଡ (ପାଣିକଖାରୁ) ବଳି ଉତ୍ସର୍ଗ କରାଯାଇଥିଲା। ପ୍ରତ୍ୟେକ ଦେବୀ ପୀଠରେ ମହାଷ୍ଟମୀର ସନ୍ଧିପୂଜା ସମୟରେ ବଳିଦାନ କରାଯାଉଥିବା ବେଳେ ଏଠାରେ ମହାନବମୀରେ ବଳି ପ୍ରୋକ୍ଷଣ କରାଯାଇଥାଏ।

ମହମାୟାଙ୍କ ମହାନବମୀ ପୂଜା

ଏହି ପରମ୍ପରା ଅନୁଯାୟୀ, ବିଧି ଅନୁଷ୍ଠିତ ହୋଇଛି। ତେବେ କୋରୋନା କଟକଣାକୁ ନେଇ ମଧ୍ୟ ସମସ୍ତ ପୂଜାମଣ୍ଡପ ଗୁଡିକୁ ବନ୍ଦ ରଖାଯାଇଛି। ମଣ୍ଡପ ଭିତରେ ପୂଜାବିଧି ସମ୍ପାଦିତ ହେଉଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କୁ ବାରଣ କରାଯାଇଛି। ଆସନ୍ତାକାଲି(ସୋମବାର) ମହାମାୟାଙ୍କ ଦଶହରା ପର୍ଵ ଅନୁଷ୍ଠିତ ହେବ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Oct 25, 2020, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.