ETV Bharat / state

ଛାତ୍ରଙ୍କ ଉପରେ ମାଡିଗଲା ଟାଟା ମ୍ୟାଜିକ; ଜଣେ ମୃତ, ଜଣେ ଗୁରୁତର

ଶୁକ୍ରବାର ଝାରସୁଗୁଡାର ସ୍ଥାନୀୟ ବ୍ଲାକ ଡାଇମଣ୍ଡ +2 ସାଇନ୍ସ କଲେଜରେ ପଢୁଥିବା ଦୁଇ ଛାତ୍ରଙ୍କ ଉପରେ ମାଡିଗଲା ଟାଟା ମ୍ୟାଜିକ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛି ।

author img

By

Published : Aug 23, 2019, 5:09 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଦୁଇ ଛାତ୍ରଙ୍କ ଉପରେ ମାଡିଗଲା ଟାଟା ମ୍ୟାଜିକ। ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡା ବିଟିଏମ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନା ଅନୁଯାୟୀ, ଶୁକ୍ରବାର ସ୍ଥାନୀୟ ବ୍ଲାକ ଡାଇମଣ୍ଡ +2 ସାଇନ୍ସ କଲେଜରେ ପଢୁଥିବା ଛାତ୍ର ଦୀପକ ସିଂ ନିଜ ସହପାଠୀ ବିଟୁ ଯାଦବଙ୍କ ସହ ଏକ ସ୍କୁଟିରେ ଘରକୁ ଫେରୁଥିଲେ । ସେହି ସମୟରେ ବିଟିଏମ ଛକ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏକ ଟାଟା ମ୍ୟାଜିକ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଦୀପକଙ୍କ ମୃତ୍ୟୁ ଘଟିଥିବା ବେଳେ ସହପାଠୀ ବିଟୁ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଏପଟେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଫେରାର ଥିବା ବେଳେ ପୋଲିସ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଟାଟା ମେଜିକ ଧକ୍କାରେ ସ୍କୁଲ ଛାତ୍ର ର ଅକାଳ ମ୍ରୁତ୍ୟୁ ଓ ଅନ୍ୟ ଜଣେ ଗୁରୁତର। ଆଜି ସ୍ଥାନୀୟ ବ୍ଲାକ ଡାଇମଣ୍ଡ +2 ବିଜ୍ଞାନ ରେ ପଡୁଥିବା ଛାତ୍ର ଦୀପକ ସିଂ ନିଜ ସହପାଠୀ ସହ ଏକ ସ୍କୁଟିରେ ଘରକୁ ଫେରିବା ବେଳେ ବିଟିଏମ ଛକ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏକ ଟାଟା ମ୍ୟାଜିକ ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୀପକ ସିଂ ଙ୍କ ମୃତ୍ୟୁ ହୋଇଥିଲା।ଅନ୍ୟ ଜଣେ ବିଟୁ ଯାଦବକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପୋଲିସ ଏକ ଘରୋଇ ହସ୍ପିଟାଲ କୁ ପଠାଇଥିଲେ।ପରେ ଅବସ୍ଥା ଗମ୍ଭୀର ହେବାରୁ ବିଟୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଫେରାର ଥିବା ବେଳେ ପୋଲିସ ଗାଡିକୁ ଜବତ କରି ତଦନ୍ତ ଚାଲୁ କରିଛି ।Body:।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.