ETV Bharat / state

ନିଜ ଖର୍ଚ୍ଚରେ କୋଭିଡ ରୋଗୀଙ୍କୁ ଅମ୍ଳଜାନ ଯୋଗାଉଛନ୍ତି ଯୁବକ - own expense

ନାଉଗାଁ ବ୍ଲକ ତିରଣ ପଞ୍ଚାୟତର ଉତ୍ସାହୀ ଯୁବକଙ୍କ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ବେଶ ପ୍ରଶଂସା କରାଯାଉଛି। ନାଉଗାଁ ବ୍ଲକ ତିରଣ ପଞ୍ଚାୟତର କେତେକ ଉତ୍ସାହୀ ଯୁବକ ନିଜ ପକେଟ ଖର୍ଚ୍ଚରୁ କିଛି ଅର୍ଥ ସଞ୍ଚୟ କରି ହୋମ ଆଇସୋଲେସନରେ ଥିବା କୋଭିଡ ଆକ୍ରାନ୍ତଙ୍କୁ ଅମ୍ଳଜାନ ଯୋଗାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ନିଜ ଖର୍ଚ୍ଚରେ କୋଭିଡ ରୋଗୀଙ୍କୁ ଅମ୍ଳଜାନ ଯୋଗାଉଛନ୍ତି ଯୁବକ

author img

By

Published : Jun 3, 2021, 5:03 PM IST

ଜଗତସିଂହପୁର: ନାଉଗାଁ ବ୍ଲକ ତିରଣ ପଞ୍ଚାୟତର ଉତ୍ସାହୀ ଯୁବକଙ୍କ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ବେଶ ପ୍ରଶଂସା କରାଯାଉଛି । ନାଉଗାଁ ବ୍ଲକ ତିରଣ ପଞ୍ଚାୟତର କେତେକ ଉତ୍ସାହୀ ଯୁବକ ନିଜ ପକେଟ ଖର୍ଚ୍ଚରୁ କିଛି ଅର୍ଥ ସଞ୍ଚୟ କରି ହୋମ ଆଇସୋଲେସନରେ ଥିବା କୋଭିଡ ଆକ୍ରାନ୍ତଙ୍କୁ ଅମ୍ଳଜାନ ଯୋଗାଉଥିବା ଦେଖିବାକୁ ମିଳିଛି ।

ନିଜ ଖର୍ଚ୍ଚରେ କୋଭିଡ ରୋଗୀଙ୍କୁ ଅମ୍ଳଜାନ ଯୋଗାଉଛନ୍ତି ଯୁବକ

ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଜଣେ ମହିଳା କୋଭିଡରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିବାବେଳେ ହଠାତ ତାଙ୍କର ରକ୍ତରେ ଅମ୍ଳଜାନର ପରିମାଣ ହ୍ରାସ ପାଇଥିଲା, ସେ ନିଶ୍ଵାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ମହିଳାଙ୍କ ଘର ଲୋକେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଫୋନ କରିଥିଲେ ହେଲେ ମହିଳା ଜଣକ କୋଭିଡରେ ଆକ୍ରାନ୍ତ ହୋଇଥିବାରୁ ସେଠାରେ ଅମ୍ଳଜାନ ଲଗାଇବା ସମ୍ଭବ ନଥିଲା, ତେଣୁ ପାରାଦ୍ବୀପ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା ।

ଏହି ସମୟରେ ସ୍ଥାନୀୟ ଯୁବକମାନେ ଖବର ପାଇ ଅମ୍ଳଜାନ ଯୋଗାଡ଼ କରି ନିଜ ଘରେ ସେହି ମହିଳାଙ୍କୁ ଅମ୍ଳଜାନ ଲଗାଇ ତାଙ୍କ ଜୀବନ ରକ୍ଷା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଏହି ଉତ୍ସାହୀ ଯୁବକଙ୍କୁ ପ୍ରଶଂସା କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.