ଜଗତସିଂହପୁର:ପାରାଦୀପ ଷଣ୍ଢକୁଦ ବସ୍ତିରେ ଅଘଟଣ । ଘରର ଶେଣୀରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ ଯୁବକ । ମୃତ ବ୍ୟକ୍ତି ଜଣଙ୍କ 19 ନମ୍ବର ୱାର୍ଡ ଅନ୍ତର୍ଗତ ଷଣ୍ଢକୁଦ ବସ୍ତିର ପ୍ରଶାନ୍ତ ହାଜରା ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ପ୍ରଶାନ୍ତ ଇଫକୋ କମ୍ପାନୀର ସାର ଲୋଡିଂ କାର୍ଯ୍ୟରେ କାମ କରୁଥିଲେ । ତେବେ ଫାଷ୍ଟସିଫ୍ଟ ଡିୟୁଟି ଥିବାରୁ ପ୍ରଶାନ୍ତ ଯାଇନଥିବା କାରଣରୁ କମ୍ପାନୀରୁ ଫୋନ ଆସିଥିଲା । ତେଣୁ ପ୍ରଶାନ୍ତଙ୍କ ପତ୍ନୀ ତାଙ୍କୁ ଡାକିବାକୁ ଯାଇଥିବା ବେଳେ ସେଠାରେ ପ୍ରଶାନ୍ତ ଘରର ଶେଣୀରେ ଗାମୁଛାକୁ ବେକରେ ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ । ତେବେ ଖବର ପାଇ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏଥି ସହିତ ପ୍ରାଥମିକ ତଦନ୍ତ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପ୍ରଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ କାରଣ ସ୍ପଷ୍ଟ ହେବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।
ଇଟିଭି ଭାରତ, ଜଗତସିଂହପୁର