ETV Bharat / state

ପାରାଦ୍ୱୀପରେ ନିର୍ମାଣ ହେବ ପାରାସ୍କାଇଲିନ ଏସିଡ ପ୍ଲାଣ୍ଟ, ସ୍ଥାନୀୟବାସୀଙ୍କ ବିରୋଧ - ଏସିଡ ପ୍ଲାଣ୍ଟ ଜନ ଶୁଣାଣି

ପାରାଦ୍ଵୀପ- ଆଇଓସିଏଲରେ ପ୍ରତିଷ୍ଠା ହେବ ପାରାକ୍ସାଇଲିନ ଏବଂ ପ୍ୟୁରିଫାଏଡ ଟେରେଫଥାଲିକ ଏସିଡ ପ୍ଲାଣ୍ଟ । ପ୍ରକଳ୍ପରେ ସ୍ଥାୟୀ ନିଯୁକ୍ତି ପାଇବେ ମାତ୍ର ୨୧ ଜଣ ଶ୍ରମିକ । ଅଧିକ ପଢନ୍ତୁ...

ପାରାଦ୍ୱୀପରେ ନିର୍ମାଣ ହେବ ପାରାସ୍କାଇଲିନ ଏସିଡ ପ୍ଲାଣ୍ଟ

author img

By

Published : Mar 2, 2021, 10:36 PM IST

ଜଗତସିଂହପୁର: ପାରାଦ୍ଵୀପ- ଆଇଓସିଏଲରେ ପ୍ରତିଷ୍ଠା ହେବ ପାରାକ୍ସାଇଲିନ ଏବଂ ପ୍ୟୁରିଫାଏଡ ଟେରେଫଥାଲିକ ଏସିଡ ପ୍ଲାଣ୍ଟ । ଖର୍ଚ୍ଚ ହେବ ୧୧ ହଜାର ୭୮୩ କୋଟି ଟଙ୍କା । ଏଥିପାଇଁ ମଙ୍ଗଳବାର ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି ଜନଶୁଣାଣି । ଏହି ପ୍ରକଳ୍ପରେ ସ୍ଥାୟୀ ନିଯୁକ୍ତି ପାଇବେ ମାତ୍ର ୨୧ ଜଣ ଶ୍ରମିକ । ଯାହାକୁ ନେଇ ଜନଶୁଣାଣିରେ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପାରାଦ୍ୱୀପରେ ନିର୍ମାଣ ହେବ ପାରାସ୍କାଇଲିନ ଏସିଡ ପ୍ଲାଣ୍ଟ

ଆଇଓସିଏଲ ଏବଂ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ପାରାଦ୍ଵୀପର ମିଳିତ ସହଯୋଗରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ବାର୍ଷିକ ୧.୨ ମିଲିୟନ ନିୟୁତ ମେଟ୍ରିକ୍ ଟନର ଏହି ପ୍ରକଳ୍ପ ପାଇଁ ରାଜ୍ୟ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ପାରାଦ୍ଵୀପ ଶାଖା ପକ୍ଷରୁ ଜନଶୁଣାଣି ଶିବିର ଡକା ଯାଇଥିଲା । ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନଶୁଣାଣିରେ ଆଇଓସିଏଲ ନିକଟସ୍ଥ ଢ଼ିଙ୍କିଆ, ବଗଦିଆ, ଝିମାଣୀ, ଗଡ଼, ଗୋବିନ୍ଦପୁର ଅଞ୍ଚଳର ଲୋକେ ସାମିଲ ହୋଇଥିଲେ । ଆଇଓସିଏଲ ପ୍ରକଳ୍ପ ପାଇଁ ଜମି ହରାଇଥିବା ୧ ହଜାର ୭୫୨ ପରିବାର ଓ ୧୪୩ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି କିମ୍ୱା ଆତ୍ମନିଯୁକ୍ତି ଦେବାରେ ଆଇଓସିଏଲ କର୍ତ୍ତୃପକ୍ଷ ସକ୍ଷମ ହୋଇପାରିନାହିଁ।

ଏବେ ବି ସମ୍ପୃକ୍ତ ପରିବାର ପକ୍ଷରୁ ଆଇଓସିଏଲ ଗେଟ୍ ସମ୍ମୁଖରେ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଉଛି । ଏପରିକି କମ୍ପାନୀ ଅଧିଗ୍ରହଣ କରିଥିବା ଜମିର ୩୩% ଜମିରେ ବୃକ୍ଷରୋପଣ କରିବା କଥା । ମାତ୍ର ତାକୁ କମ୍ପାନୀ ପକ୍ଷରୁ କେବଳ କାଗଜ କଲମରେ ସୀମିତ ରଖାଯାଇଛି । ଏହାପରେ ୧୧ ହଜାର ୭ ଶହ ୮୩ କୋଟି ଟଙ୍କାର ଏହି ପ୍ରକଳ୍ପରେ ନିର୍ମାଣ ସମୟରେ ୫ ହଜାର ୪00 ଶ୍ରମିକ ୩ ବର୍ଷ ପାଇଁ କାମ କରିବେ ଏବଂ ପ୍ରକଳ୍ପରେ ମାତ୍ର ୨୧ ଜଣ ଶ୍ରମିକ ସ୍ଥାୟୀ ନିଯୁକ୍ତି ପାଇବେ । ଯାହା ସ୍ଥାନୀୟ ଅଞ୍ଚଳର ବେକାରୀ ସମସ୍ୟା ଦୂର କରିବାରେ କୌଣସି ସହାୟକ ହେବ ନାହିଁ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ତେବେ ଆଜିର ଏହି ଜନଶୁଣାଣି ସଫଳ ହୋଇଥିବା ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେବା ସହିତ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କ ଦାବିଗୁଡ଼ିକ ପୂରଣ କରିବା ପାଇଁ ପ୍ରଶାସନିକ ସ୍ତରରେ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.