ETV Bharat / state

ଅଲୋଡ଼ା ଶିଶୁକନ୍ୟା, ତାଳଦଣ୍ଡା କେନାଲରୁ ନବଜାତକର ମୃତଦେହ ଉଦ୍ଧାର - ଜଗତସିଂହପୁର ନ୍ୟୁଜ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ ବଜାର ନିକଟ ତାଳଦଣ୍ଡା କେନାଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

newborn dead body found
newborn dead body found
author img

By

Published : Jul 29, 2023, 9:59 AM IST

ଅଲୋଡ଼ା ଶିଶୁକନ୍ୟା

ଜଗତସିଂହପୁର: ଯୁଗ ବଦଳୁଛି କିନ୍ତୁ ବଦଳୁନି ମଣିଷର ମାନସିକତା । ଏବେବି ପୁଅ ଓ ଝିଅ ମଧ୍ୟରେ ଫରକ ଦେଖୁଛି । ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । କେନାଲରେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ ବଜାର ନିକଟରେ ।

ସୂଚନା ମୁତାବକ, କୁଜଙ୍ଗ ବଜାର ନିକଟରେ ପ୍ରବାହିତ ହେଉଥିବା ତାଳଦଣ୍ଡା କେନାଲରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ଜନ୍ମ କରି କେହି ପାଣିରେ ପିଲାଟିକୁ ଭସାଇ ଦେଇଥିବା ଅନୁମାନ କରାଯାଇଛି । ଅନ୍ୟପଟେ ଏନେଇ କୁଜଙ୍ଗ ପୋଲିସ ଖବରପାଇ ଘଟଣାସ୍ଥଳରେ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉକି, ଜଗତସିଂହପୁର ଜିଲ୍ଲାରେ ଅଲୋଡ଼ା ଶିଶୁକନ୍ୟା । ସରକାରଙ୍କ ପକ୍ଷରୁ ଶିଶୁ କନ୍ୟାର ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ହେଲେ ତାହା କେତେ ସଫଳ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି । ଜିଲ୍ଲାରେ ଶହ ଶହ ଘରୋଇ ନର୍ସିଂହୋମ ଗଢି ଉଠିଛି। ବିନା କାଗଜ ପତ୍ରରେ ନର୍ସିଂ ହୋମ ଗୁଡିକ ଚାଲୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ନିଦାବିଷ୍ଣୁ ସାଜିଛି । ଘରୋଇ ନର୍ସିଂହୋମ ଗୁଡିକରେ ଖୁଲମ ଖୋଲା ବେଆଇନ ଗର୍ଭପାତ, ଗର୍ଭାବସ୍ଥାରେ ଭୃଣର ଲିଙ୍ଗ ନିରୂପଣ, ଆଦି ଚାଲୁଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଶିଶୁକନ୍ୟା ଅଲୋଡ଼ା ହୋଇପଡୁଛି ।

ଏହା ମଧ୍ୟ ପଢନ୍ତୁ- ଖତଗଦାରୁ ଉଦ୍ଧାର ହେଲା କନ୍ୟାରତ୍ନ, ମେଡିକାଲରେ ଚାଲିଛି ଚିକିତ୍ସା

ଏହା ମଧ୍ୟ ପଢନ୍ତୁ- ପୁରୀରେ ଚାଞ୍ଚଲ୍ୟ: ମେଡିକାଲ ଶୌଚାଳୟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ସେହିପରି ଗତ କିଛିମାସ ତଳେ ତିର୍ତ୍ତୋଲର ଜଣେ ମହିଳା ତାଙ୍କର ନବଜାତ ଶିଶୁ କନ୍ୟାକୁ ଜଣେ ନର୍ସକୁ ଦେଇ ଚାଲି ଯାଇଥିଲେ । ଏପରିକି ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ବେଆଇନ । ହେଲେ ଏବେବି କିଛି ଡାକ୍ତର ଲୋଭର ବଶବର୍ତ୍ତୀ ହୋଇ ଅଲଟ୍ରାସାଉଣ୍ଡ ମାଧ୍ୟମରେ ଲିଙ୍ଗ ନିରୂପଣ କରିବା ପାଇଁ ପ୍ରେସକ୍ରାଇବ କରୁଥିବା ଅଭିଯୋଗ ଆସୁଛି । ଫଳରେ ଜଣେ ଗର୍ଭବତୀ ତାର ଗର୍ଭରେ ଥିବା ଭ୍ରୁଣ ଲିଙ୍ଗ ନିରୂପଣ କରିବାରେ ସକ୍ଷମ ହେଉଛନ୍ତି । ଯାହାକୁ ନେଇ ଶିଶୁକନ୍ୟା ଭ୍ରୁଣକୁ ନଷ୍ଟ କରି ଦିଆଯାଉଛି । ଅନେକ ସମୟରେ ଏହିଭଳି ଘଟଣା ପଦାକୁ ଆସୁଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ହେତୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.