ETV Bharat / state

ରେଢୁଆ ମେଡ଼ିକାଲ ପଛ ପଟୁ ନବଜାତକ ଉଦ୍ଧାର

ଜଗତସିଂହପୁର ରେଢୁଆ ସ୍ବାସ୍ଥ୍ୟକେନ୍ଦ୍ର ପଛପଟୁ ଏକ ନବଜାତକ ଶିଶୁପୁତ୍ର ଉଦ୍ଧାର । କୁଆଁରୀ ମାତୃତ୍ବ ଲାଭ କରିଥିବା କୌଣସି ଯୁବତୀ ଶିଶୁଟିକୁ ଫିଙ୍ଗିଥିବା ସନ୍ଦେହ । ଅଧିକ ପଢନ୍ତୁ...

ରେଢୁଆ ମେଡ଼ିକାଲ ପଛପଟୁ ନବଜାତକ ଉଦ୍ଧାର
ରେଢୁଆ ମେଡ଼ିକାଲ ପଛପଟୁ ନବଜାତକ ଉଦ୍ଧାର
author img

By

Published : Mar 12, 2021, 9:26 PM IST

ଜଗତସିଂହପୁର: ଜିଲ୍ଲା ରଘୁନାଥପୁର ବ୍ଲକ ରେଢୁଆ ସ୍ବାସ୍ଥ୍ୟକେନ୍ଦ୍ର ପଛପଟୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର । ଶୁକ୍ରବାର ଅପରାହ୍ନ ସମୟରେ ନବଜାତକକୁ ଉଦ୍ଧାର କରାଯାଇଛି । ଖବର ପାଇ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତାହାକୁ ଉଦ୍ଧାର କରି ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ କୌଣସି କୁଆଁରୀ ମାତୃତ୍ବ ଲାଭ କରିଥିବା ଯୁବତୀ ଶିଶୁଟିକୁ ମେଡିକାଲ ପଛପଟେ ଫିଙ୍ଗି ଦେଇଥିବା ଅନୁମାନ କରାଯାଇଛି ।

ରେଢୁଆ ମେଡ଼ିକାଲ ପଛପଟୁ ନବଜାତକ ଉଦ୍ଧାର

ମେଡିକାଲ ପଛପଟେ ନବଜାତକଟି ପଡିଥିବାବେଳେ କିଛି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ସେମାନେ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷକୁ ଜଣାଇଥିଲେ । ଶିଶୁକୁ ଚାଇଲ୍ଡ ଲାଇନ ଦ୍ବାରା ମେଡିକାଲରେ ଭର୍ତ୍ତି କରିବା ପରେ ତାହାର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ତେବେ ମେଡିକାଲ ପଛପଟୁ କିପରି ନବଜାତକଟି ଆସିଲା ଓ କିଏ ଫିଙ୍ଗି ଥିଲା ତାହା ଜଣାପଡି ନଥିବାବେଳେ ଘଟଣାରେ ତଦନ୍ତ ଜାରି ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.