ETV Bharat / state

ଦେବୀନଦୀରେ ବୁଡ଼ିଗଲେ 3ସାଙ୍ଗ, ଦୁଇ ଉଦ୍ଧାର ଜଣେ ମୃତ

author img

By

Published : May 11, 2023, 10:54 PM IST

ଜଗତସିଂହପୁର ନାଉଗାଁ ଦେବୀନଦୀରେ ଅଘଟଣ । ଦେବୀନଦୀରେ ଭାସିଗଲେ ନାବାଳକ। ଦୁଇ ଉଦ୍ଧାର ଜଣେ ମୃତ । ଅଧିକ ପଢ଼ନ୍ତୁ

ଜଗତସିଂହପୁର ନାଉଗାଁ ଦେବୀନଦୀରେ ଅଘଟଣ
ଜଗତସିଂହପୁର ନାଉଗାଁ ଦେବୀନଦୀରେ ଅଘଟଣ

ଦେବୀନଦୀରେ ଭାସିଗଲେ ନାବାଳକ, ଦୁଇ ଉଦ୍ଧାର ଜଣେ ମୃତ

ଜଗତସିଂହପୁର: ନଦୀରେ ଗାଧୋଇବା ହେଲା କାଳ । ଗାଧୋଇବା ସମୟରେ ନଦୀରେ ଭାସିଗଲେ ତିନି ନାବାଳକ । ଜଗତସିଂହପୁର ନାଉଗାଁ ଥାନା ଅନ୍ତର୍ଗତ ବାଛଳ ଗ୍ରାମ ନିକଟ ଦେବୀନଦୀର ଘଟିଛି ଅଘଟଣ । ଦେବୀନଦୀରେ ଜଣେ ବାଳକ ବୁଡିଯାଇ ମୃତ୍ୟ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଉଦ୍ଧାର ହୋଇଥିବା ଖବର ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହୀନିର କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ବାଛଳ ଗ୍ରାମର ତିନିଜଣ ସାଙ୍ଗ ଶାନ୍ତନୁ ନାୟକ, ବିଶ୍ୱଜିତ ରାଉତ ଓ ଅଭିଜିତ ଦାସ ଅପରାହ୍ନ ୪ଟା ସମୟରେ ଶୌଚ ହେବା ପାଇଁ ନଦୀକୁ ଯାଇଥିଲେ । ପ୍ରବଳ ଗୁଳୁଗୁଳି ହେଉ ଥିବାରୁ ତିନିଜଣ ମିଶି ଗାଧୋଇବା ପାଇଁ ମନସ୍ଥ କରିଥିଲେ । ସମସ୍ତେ ଧରାଧରି ହୋଇ ଗାଧୋଇବା ପାଇଁ ନଦୀରେ ପଶିଥିଲେ । ହେଲେ ସେହି ସ୍ଥାନରେ ନଦୀରେ ଗଣ୍ଡ ଥିବାରୁ ତିନିଜଣ ଯାକ ଗଭୀର ଜଳ ମଧ୍ୟକୁ ଚାଲି ଯାଇଥିଲେ । ଏହାଦେଖି କେତେକ ଲୋକେ ଚିତ୍କାର କରିଥିଲେ । ଲୋକଙ୍କ ଚିତ୍କାର ଶୁଣି ବାକି ଲୋକେ ସେଠାରେ ଆସି ଦୁଇଜଣଙ୍କୁ ଯଥା ଶାନ୍ତନୁ ନାୟକ ଓ ବିଶ୍ୱଜିତ ରାଉତକୁ ଉଦ୍ଧାର କରିଥିଲେ । ହେଲେ ଅଭିଜିତ ଦାସ ଗଭୀର ପାଣି ମଧ୍ୟକୁ ଚାଲି ଯାଇଥିବାରୁ ତାଙ୍କୁ ଉଦ୍ଧାର କରି ପାରି ନଥିଲେ ସ୍ଥାନୀୟ ଲୋକେ ।

ତୁରନ୍ତ ସ୍ଥାନୀୟ ଲୋକେ ନାଉଗାଁ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ନାଉଗାଁ ଅଗ୍ନିଶମ ବାହିନୀ ଦେବୀନଦୀରେ ଖୋଜାଖୋଜି କରିବା ପରେ ଅଭିଜିତକୁ ଉଦ୍ଧାର କରିଥିଲା । ଅଭିଜିତକୁ ପ୍ରଥମେ ନାଉଗାଁ ଓ ପରେ ଜଗତସିଂହପୁର ଅଣାଯିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁମୁଖରୁ ବର୍ତ୍ତି ଆସିଥିବା ଦୁଇସାଙ୍ଗଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ରହିଥିବା ଡାକ୍ତର କହିଛନ୍ତି । ନାଉଗାଁ ନିକଟରେ ପ୍ରବାହିତ ଦେବୀନଦୀ ସେଠାରେ ଗଣ୍ଡ ରହିଥିବାରୁ ଖରାଦିନେ ମଧ୍ୟ 40 ଫୁଟରୁ ଅଧିକ ପାଣି ରହିଥାଏ । ନାଉଗାଁ ଠାରୁ ଆଲିପିଙ୍ଗଳ ପର୍ଯ୍ୟନ୍ତ ନଦୀର ଦକ୍ଷିଣ ପାର୍ଶ୍ଵ ରେ ଧାର ରହିଥିବାରୁ ଏହି ସ୍ଥାନ ଗୁଡିକ ଖାଲୁଆ ରହିଥାଏ। ଜଳ ସମ୍ପଦ ବିଭାଗ ପକ୍ଷରୁ ଖାଲୁଆ ସ୍ଥାନ ଓ କେଉଁ ସ୍ଥାନରେ ଗଣ୍ଡ ରହିଛି ସେ ସବୁ ସ୍ଥାନ ରେ ଚିହ୍ନଟ ଫଳକ ଲଗାଇବାକୁ ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.