ETV Bharat / state

ଅବକାରୀ ବିଭାଗର ଚଢାଉ, ଜଣେ ଗିରଫ

author img

By

Published : Mar 19, 2021, 6:45 PM IST

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ । ବିପୁଳ ପରିମାଣର ମଦ ସହ ବ୍ରାଉନସୁଗାର ଜବତ । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଚଢାଉ, ଜଣେ ଗିରଫ
ଅବକାରୀ ବିଭାଗର ଚଢାଉ, ଜଣେ ଗିରଫ

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ । ଜଗତସିଂହପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁରରେ ଚଢାଉ କରିଛନ୍ତି । ଘଟଣାସ୍ଥଳରୁ 1850 ଗ୍ରାମର ବ୍ରାଉନସୁଗାର ଜବତ କରାଯିବା ସହ ଜଣେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ପ୍ରମୋଦ ଜେନା ବୋଲି ଜଣାପଡିଛି ।

ଅବକାରୀ ବିଭାଗର ଚଢାଉ, ଜଣେ ଗିରଫ

ସେହିପରି ଅବକାରୀ ବିଭାଗର ଅନ୍ୟ ଏକ ଟିମ୍ ନାଉଗାଁ ଥାନା ଅନ୍ତର୍ଗତ ଡେରିକଠାରେ ଚଢାଉ କରି 70 ଲିଟର ଦେଶୀ ମଦ, 39 ଲିଟର ବିୟର ସହ 6, 480 ଆଇଏମଏଫଏଲ ଜବତ କରିଛି । ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ 18 ହଜାର 500 ଟଙ୍କା ହୋଇଥିବାବେଳେ ଜବତ ମଦର ମୂଲ୍ୟ ସାଢେ ଚାରି ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଜିଲ୍ଲାରେ ହୁ ହୁ ହୋଇ ନିଶା କାରବାର ବଢୁଥିବାବେଳେ ଅବକାରୀ ବିଭାଗର ଏହି ଚଢାଉ ଜିଲ୍ଲାବାସୀଙ୍କ ପାଇଁ କିଛି ମାତ୍ରାରେ ଆଶ୍ବସ୍ତି ଆଣିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.