ETV Bharat / state

ସରକାରୀ ସହାୟତା ଅପେକ୍ଷାରେ ବାପା ମା' ଛେଉଣ୍ଡ ଭାଇ-ଭଉଣୀ - a helpless brother-sister waiting for government help

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତର ବନଦୁର୍ଗା ଗ୍ରାମର ମାମିନା ଜେନାଙ୍କ ଦୁଇ ପୁଅଝିଅ ଏବେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଏହି ପିଲାଙ୍କ ଉପଯୁକ୍ତ ଥଇଥାନ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।

ସହାୟତା ଅପେକ୍ଷାରେ ବାପା ମା' ଛେଉଣ୍ଡ ଭାଇ-ଭଉଣୀ

author img

By

Published : Feb 16, 2021, 10:36 PM IST

ଜଗତସିଂହପୁର: ଅକାଳରେ ବାପା ମା' ଛେଉଣ୍ଡ ହୋଇଥିବା ଦୁଇ ନିରୀହ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତର ବନଦୁର୍ଗା ଗ୍ରାମର ମାମିନା ଜେନାଙ୍କ ଦୁଇ ପୁଅଝିଅ ଏବେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଏହି ପିଲାଙ୍କ ଉପଯୁକ୍ତ ଥଇଥାନ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।

ସହାୟତା ଅପେକ୍ଷାରେ ବାପା ମା' ଛେଉଣ୍ଡ ଭାଇ-ଭଉଣୀ

ମାମିନାଙ୍କ ସ୍ୱାମୀ ମାନସିକ ବିକାରଗ୍ରସ୍ଥ ହୋଇ ପଡିରହିଥିଲେ। ସେ ସମୟରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା କରୁଥିଲେ। ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ଦେହାନ୍ତ ପରେ ମାମିନା ଓ ତାଙ୍କର ଦୁଇ ପିଲାଙ୍କ ସହ ରହୁଥିଲେ । ହେଲେ ପରେ ମାମିନା କ୍ୟାନସରରେ ପୀଡିତ ହୋଇ ଆରପାରିକୁ ଚାଲିଗଲେ । ଚିକିତ୍ସା ଅଭାବରୁ ତାଙ୍କର ବି ମୃତ୍ୟୁ ଘଟିଲା ।

ଫଳରେ ତାଙ୍କର ଦୁଇ ପୁଅଝିଅ ଏବେ ବାପାମାଆ ଛେଉଣ୍ଡ ହୋଇ ଅନାଥ ହୋଇଯାଇଛନ୍ତି । ବାପା ମା, ଚାଲିଯିବା ପରେ ଗାଁ ଲୋକଙ୍କ ଠାରୁ ମାଗିଯାଚି ଖାଉଛନ୍ତି ଏହି ଦୁଇ ପିଲାମାନେ। ମାମିନାଙ୍କ ବଡ଼ଝିଅ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନପୁଅ ପଞ୍ଚମ ଶ୍ରେଣୀର ଛାତ୍ର। ଏହି ଦୁଇ ପିଲାଙ୍କୁ ପ୍ରଶାସନ କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଙ୍ଗଠନ ସହାୟତାର ହାତ ବଢ଼ାଇବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.