ଜଗତସିଂହପୁର: ଜିଲ୍ଲାର ବଡବଜାରରେ ଦୀର୍ଘ 6 ବର୍ଷ ଧରି ରହିଆସୁଥିବା ମହାରାଷ୍ଟ୍ରର ଜଣେ ସୁନାକାରୀଗର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ମୃତକ ହେଲେ ମହାରାଷ୍ଟ୍ର ସାଙ୍ଗମା ଜିଲ୍ଲାର ନଗପା କାମ୍ବଲେଙ୍କ 32 ବର୍ଷୀୟା ପୁଅ ସର୍ଦ୍ଦାର କାମ୍ବଲେ । ସେ ଜଗତସିଂହପୁର ବଡବଜାର ଅଞ୍ଚଳରେ ଦୀର୍ଘ ଦିର୍ଘଦିନ ହେବ ଏକ ଭଡ଼ା ଘରେ ରହି ବିଭିନ୍ନ ସୁନା ଦୋକାନରେ ମରାମତି କାମକରି ଆସୁଥିଲେ।
ରବିବାର ସକାଳୁ ଜଣେ ସାଙ୍ଗ ତାକୁ ଚାହା ପିଇବା ପାଇଁ ଡାକିବାରୁ ସେ କବାଟ ଖୋଲି ନଥିଲେ। ସନ୍ଦେହ ହେବାରୁ ଝରକା ପଟେ ଦେଖିବାରୁ ଏକ ରଶି ସାହାଯ୍ୟରେ ଫ୍ୟାନରେ ଝୁଲୁଥିବାର ଦେଖୁବାକୁ ମିଳିଥଲା । ଏନେଇ ସାଙ୍ଗ ଜଣକ ସଙ୍ଗେ ସଙ୍ଗେ ଘର ମାଲିକଙ୍କୁ ଖବର ଦେବାସହ ଜଗତସିଂହପୁର ଥାନାକୁ ଖବର ଦେଇଥିଲେ।
ଖବର ପାଇ ଜଗତସିଂହପୁର ଏସଡିପିଓ ପ୍ରିୟବ୍ରତ ଶତପଥୀ, ସଦର ତହସିଲଦାର ଡ଼ ମାନସ ରଞ୍ଜନ ଭୋଇ, ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଓ ସାଇଣ୍ଟିଫିକ ଟିମ ସହ ଉକ୍ତ ଘରର କବାଟ ଭାଙ୍ଗି ସର୍ଦାରଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲେ । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ