ଜଗତସିଂହପୁର: ଜଗତସିଂହପୁର ସହର ଉପକଣ୍ଠ 10 ନମ୍ବର କେନାଲରେ ଏକ ଶିଶୁର ଗଳିତ ଅବସ୍ଥାରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ 10 ନମ୍ବର କେନାଲରେ ଆଜି(ବୁଧବାର) ଭୋର ସମୟରେ ଏକ ଶିଶୁର ମୃତଦେହ କେନାଲରେ ଭାସୁଥିବାର ଦେଖିଥିଲେ।
ଶିଶୁଟିର ହାତ ଓ ଗୋଡ଼ କଟା ହୋଇଥିବା ବେଳେ ମୃତ ଦେହଟି ପଚି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଶିଶୁଟିର କିଭଳି ମୃତ୍ୟୁ ହେଲା ଓ ହାତ ଗୋଡ଼ ଭଳି ଅଙ୍ଗ ଗୁଡ଼ିକ କିପରି କଟାଯାଇଛି, ତାକୁ ନେଇ ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ