ETV Bharat / state

Black Balloon Protest: ଜଗତସିଂହପୁରରେ 5T ସଚିବଙ୍କୁ ବିରୋଧ, ଆକାଶରେ ଉଡିଲା କଳା ବେଲୁନ - ଭିକେ ପାଣ୍ଡିଆନଙ୍କୁ ବିରୋଧ କଲା ବିଜେପି

ବିଜେପି ଯୁବ ମୋର୍ଚ୍ଚା, ମହିଳା ଶାଖା ଓ ଅନ୍ୟ ସଂଗଠନ ପକ୍ଷରୁ କଳା ବେଲୁନ, କଳା ଶାଢୀ ଓ କଳା ପତାକା ପ୍ରଦର୍ଶନ କରି ବିରୋଧ କରିବା ସହ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେଇଥିଲେ । ଆଜି 5ଟି ସଚିବ ହେଲିକେପ୍ଟର ଯୋଗେ ଆକାଶ ମାର୍ଗରେ ଯାଉଥିବା ବେଳେ ପ୍ରତିବାଦ କରି ବିଜେପି ପକ୍ଷରୁ କଳା ବେଲୁନ ଉଡାଯାଇଥିଲା । ଅଧିକ ପଢନ୍ତୁ

ଜଗତସିଂହପୁରରେ 5T ସଚିବଙ୍କୁ ବିରୋଧ
ଜଗତସିଂହପୁରରେ 5T ସଚିବଙ୍କୁ ବିରୋଧ
author img

By

Published : Jun 29, 2023, 6:17 PM IST

ଜଗତସିଂହପୁରରେ 5T ସଚିବଙ୍କୁ ବିରୋଧ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଜୋରଦାର ବିରୋଧ । ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରୁଥିବା ଭିକେ ପାଣ୍ଡିଆନଙ୍କୁ ବିରୋଧ କରିଛି ବିଜେପି । ବିଜେପି ଯୁବ ମୋର୍ଚ୍ଚା, ମହିଳା ଶାଖା ଓ ଅନ୍ୟ ସଂଗଠନ ପକ୍ଷରୁ କଳା ବେଲୁନ, କଳା ଶାଢୀ ଓ କଳା ପତାକା ପ୍ରଦର୍ଶନ କରି ବିରୋଧ କରିବା ସହ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେଇଥିଲେ । ଆଜି 5ଟି ସଚିବ ହେଲିକେପ୍ଟର ଯୋଗେ ଆକାଶ ମାର୍ଗରେ ଯାଉଥିବା ବେଳେ ପ୍ରତିବାଦ କରି ବିଜେପି ପକ୍ଷରୁ କଳା ବେଲୁନ ଉଡାଯାଇଥିଲା ।

ଏହାବି ପଢନ୍ତୁ- IAS Issue: ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ, କାହିଁକି ଚୁପ ମୁଖ୍ୟ ଶାସନ ସଚିବ

ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ବ୍ୟବସାୟୀକ ପେଣ୍ଠସ୍ଥଳୀ ରାହାମାରେ ଶତାଧିକ ବିଜେପି କର୍ମୀ ଓ ସଂଗଠକ ବିରୋଧ ପ୍ରଦର୍ଶନ କରିଥିଲେ। ପାଣ୍ଡିଆନ ଗୋ ନାରା ଦେବା ସହ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ରାହାମା ମଣ୍ଡଳର ସାତଟି ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଓ ସଂଗଠକ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ସହ କଳା ବେଲୁନ ଉଡାଇ ବିରୋଧ ପ୍ରଦର୍ଶନ କରିଥିଲେ।

ଏହାବି ପଢନ୍ତୁ- ଆଜିଠୁ 5ଟି ସଚିବଙ୍କ ଦୁଇ ଦିନିଆ ଜଗତସିଂହପୁର ଗସ୍ତ, ବିରୋଧ କରିବ କଂଗ୍ରେସ

ସେହିପରି କୁଜଙ୍ଗରେ ମଧ୍ୟ 5ଟି ସଚିବଙ୍କୁ ବିରୋଧ କରିଛି ବିଜେପି। ବିଜେପି ମହିଳା କର୍ମୀ ମାନେ କଳା ରଙ୍ଗର ଶାଢୀ ପିନ୍ଧି 5ଟି ସଚିବ ଙ୍କୁ ବିରୋଧ କରିଛନ୍ତି। ପାରାଦ୍ବୀପ ରେ ମଧ୍ୟ ବିଜେପି ପକ୍ଷରୁ ଜୋରଦାର ବିରୋଧ ପଦର୍ଶନ କରାଯାଇଛି। ଆଜି 5ଟି ସଚିବ ପାରାଦ୍ବୀପ ଗସ୍ଥ କରି ଗ୍ରାମୀଣ ମହିଳାଙ୍କ ଦ୍ବାରା ପରିଚାଳିତ କାଫେ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହା ଜାଣିବା ପରେ ବିଜେପି ପକ୍ଷରୁ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳା ବସ୍ତ୍ର ଓ ବେଲୁନ ଉଡାଇ ବିରୋଧ ପଦର୍ଶନ କରିଥିଲା ବିଜେପି। ପାରାଦ୍ବୀପର ବିଜେପି ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ପାରାଦ୍ବୀପ ମୁଖ୍ୟ ରାସ୍ତାରେ ପ୍ଲାକାର୍ଡ ଧରି ସରକାର ବିରୋଧୀ ନାରା ଦେଇଥିଲେ। ତେବେ ଜିଲ୍ଲାରେ ପାଣ୍ଡିଆନଙ୍କୁ ବିରୋଧ ନେଇ ଜିଲ୍ଲା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏପଟେ 5T ସଚିବ ବିବାଦ ପ୍ରସଙ୍ଗରେ ବିରୋଧୀ ଦଳର ନେତା ମୋହନ ମାଝୀ କହିଛନ୍ତି, ବିଷମ ସଙ୍କଟରେ ପଡ଼ିଛି ବିଜେଡ଼ି ଓ ସରକାର । ସେଥିପାଇଁ ବିଭିନ୍ନ କଥା କହି ଏଡେଇ ଦେବା ପାଇଁ ଚେଷ୍ଟା କରୁଛନ୍ତି । 5T ସଚିବଙ୍କ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଉଭୟ ବିଜେପି ଏବଂ କଂଗ୍ରେସ ଏହା ଉପରେ ତର୍ଜମା କରୁଛନ୍ତି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.