ଜଗତସିଂହପୁର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପୁଣିଥରେ କେଁ ପୁରାଇଛି ନବନିର୍ମାଣ କୃଷକ ସଂଗଠନ । ଶନିବାର ଜିଲ୍ଲାରେ ମତଦାନ ପାଇଁ ପୋଲିଂ ବୁଥ ପୋଲିଂ କର୍ମଚାରୀମାନେ ଯିବା ସମୟରେ ସେମାନଙ୍କୁ ଅଟକାଇଛ ନବନିର୍ମାଣ କୃଷକ ସଂଘ । ଏହି ଘଟଣାରେ ପୋଲିସ ସଂଗଠନର 54 ଜଣଙ୍କୁ ଗିରଫ କରିଛି ।
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ବଡବାଗ ମାର୍କଣ୍ଡେଶ୍ବର ମହାଦେବ ମନ୍ଦିର ଜରୁରୀ ବୈଠକ ହୋଇଥିଲା। ପରେ ଶତାଧିକ କୃଷକ ସଂଘଠନର କର୍ମକର୍ତ୍ତାମାନେ ଏସଭିଏମ କଲେଜ ନିକଟକୁ ଆସି ପୋଲିଂ ପାଟିକୁ ଘେରିବା ସହିତ ସେମାନଙ୍କୁ ଯିବାକୁ ଦେଇନଥିଲେ ।
ଏହାସହିତ କୋଟିକୋଟି ଟଙ୍କା ଚାଷୀଙ୍କ ଟିକସରୁ ନେଇ ନିର୍ବାଚନ କରାଯାଉଥିବା ବେଳେ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର କଣ ପାଇଁ ନାହିଁ କହି କୃଷକ ସଂଘଠନର କର୍ମକର୍ତ୍ତା ନାରାବାଜି କରିଥିଲେ ।
ଖବର ପାଇ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନବନିର୍ମାଣ କୃଷକ ସଂଗଠନର ୫୪ ଜଣକୁ ଗିରଫ କରିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ