ETV Bharat / state

ଜଗତସିଂହପୁରରେ କାୟା ମେଲାଉଛି କୋରୋନା, ସୋମବାର 51 ପଜିଟିଭ ଚିହ୍ନଟ - ଜଗତସିଂହପୁରରେ କାୟା ମେଲାଉଛି କୋରୋନା

ଜଗତସିଂହପୁରରେ ସୋମବାର ପୁଣି 51 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 4, ବିରିଡିରୁ 3, ଏରସମାରୁ 4, ,ଜଗତସିଂହପୁର ସଦରରୁ 3, ଜଗତସିଂହପୁର ସହରରୁ 5, କୁଜଙ୍ଗରୁ 6, ନାଉଗାଁରୁ 1,ତିର୍ତ୍ତୋଲରୁ 9 ଓ ପାରାଦ୍ୱୀପରୁ ସର୍ବାଧିକ 16 ଜଣଙ୍କୁ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ...

ଜଗତସିଂହପୁରରେ କାୟା ମେଲାଉଛି କୋରୋନା, ସୋମବାର 51 ପଜିଟିଭ ଚିହ୍ନଟ

author img

By

Published : Aug 24, 2020, 10:53 PM IST

ଜଗତସିଂହପୁର: ଜିଲ୍ଲାରେ ସୋମବାର ପୁଣି 51 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 4, ବିରିଡିରୁ 3, ଏରସମାରୁ 4, ଜଗତସିଂହପୁର ସଦରରୁ 3, ଜଗତସିଂହପୁର ସହରରୁ 5, କୁଜଙ୍ଗରୁ 6, ନାଉଗାଁରୁ 1, ତିର୍ତ୍ତୋଲରୁ 9 ଓ ପାରାଦ୍ୱୀପରୁ ସର୍ବାଧିକ 16 ଜଣଙ୍କୁ ଚିହ୍ନଟ କରାଯାଇଛି ।

ତେବେ ପାରାଦ୍ୱୀପରେ ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ଆସି ଛଅ ଜଣ ଆକ୍ରାନ୍ତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଯାହାକୁ ନେଇ ପାରାଦ୍ୱୀପ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା କରାଯାଉଛି। ସେଠାରେ ଥିବା ସ୍ଥାନୀୟ ବାସିନ୍ଦାଙ୍କୁ ତୁରନ୍ତ ସ୍ୱାବ ଓ ଆଣ୍ଟିଜେନ ପରୀକ୍ଷା କରାଇ ନେବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

ଜଗତସିଂହପୁରରେ କାୟା ମେଲାଉଛି କୋରୋନା, ସୋମବାର 51 ପଜିଟିଭ ଚିହ୍ନଟ

ସୋମବାର ସୁଦ୍ଧା ଜିଲ୍ଲାରେ 30792 ଜଣଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇସାରିଲାଣି । ସେଥିମଧ୍ୟରୁ 28921 ଜଣଙ୍କ ସ୍ୱାବ ନମୁନା ନେଗେଟିଭ ଆସିଥିବାବେଳେ 1378 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 965 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ସୁଦ୍ଧା 411 ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ରହିଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2ରେ ସୀମିତ ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.