ETV Bharat / state

CYCLONE IMPACT: ପାରାଦ୍ୱୀପ ବନ୍ଦରରେ ଲାଗିଲା ୪୦ ଆନ୍ଧ୍ର ବୋଟ

ବାତ୍ୟା 'ସିତ୍ରାଙ୍ଗ' ପାଇଁ ଅଶାନ୍ତ ହୋଇଉଠିଛି ସମୁଦ୍ର । ପାରାଦ୍ବୀପ ଉପକୂଳରେ ଫିସିଙ୍ଗ କରୁଥିବା ସମୟରେ ନିଜକୁ ଅସୁରକ୍ଷିତ ମଣି ୪୦ଟି ଆନ୍ଧ୍ର ବୋଟ୍‌ ପାରାଦ୍ବୀପ ବନ୍ଦରରେ ଲାଗିଛି । ଅଧିକ ପଢନ୍ତୁ

CYCLONE IMPACT: ପାରାଦ୍ବୀପ ବନ୍ଦରରେ ଲାଗିଲା ୪୦ ଆନ୍ଧ୍ର ବୋଟ

author img

By

Published : Oct 24, 2022, 8:49 PM IST

ପାରାଦ୍ବୀପ: ବାତ୍ୟା 'ସିତ୍ରାଙ୍ଗ' ପାଇଁ ଅଶାନ୍ତ ହୋଇଉଠିଛି ସମୁଦ୍ର । ଏହା ଧୀରେ ଧୀରେ ତୀବ୍ର ହେବା ସହ ସମୁଦ୍ର ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସମୁଦ୍ର ମଧ୍ୟରେ ବିପଦର ସାମ୍ନା କରିବା ପରେ ଆନ୍ଧ୍ରପ୍ରଦେଶର ୪୦ଟି ବୋଟକୁ ପାରାଦ୍ବୀପ ବନ୍ଦରରେ ଆଶ୍ରୟ ଦିଆଯାଇଛି । ଏଥିରେ ଥିବା ମତ୍ସ୍ୟଜୀବୀମାନେ ପାରାଦ୍ବୀପ ବନ୍ଦରରେ ଆଶ୍ରୟ ନେଇଥିବା ଜଣାପଡ଼ିଛି ।

ପାରାଦ୍ୱୀପ ବନ୍ଦରରେ ଲାଗିଲା ୪୦ ଆନ୍ଧ୍ର ବୋଟ

ବାତ୍ୟା ସି-ତ୍ରାଙ୍ଗକୁ ନେଇ ସମୁଦ୍ର ଅଶାନ୍ତ ରହିବା ସହିତ ଲଘୁଚାପ ଜନିତ ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଢେଉ ଆସୁଛି । ଏହି କାରଣରୁ ଆନ୍ଧ୍ର ପ୍ରଦେଶର ମତ୍ସ୍ୟଜୀବୀ ମାନେ ପାରାଦ୍ବୀପ ଉପକୂଳରେ ଫିସିଙ୍ଗ କରୁଥିବା ସମୟରେ ନିଜକୁ ଅସୁରକ୍ଷିତ ମଣିବା ସହିତ ସମସ୍ତ ମତ୍ସ୍ୟଜୀବୀ ମାନେ ବୋଟକୁ ଭିତରକନିକା ଅଞ୍ଚଳରେ ପ୍ରବେଶ କରିଥିଲେ । ପରେ ପ୍ରତିକୂଳ ପାଣିପାଗ କାରଣରୁ ମତ୍ସ୍ୟଜୀବୀ ମାନେ ନିଜର ଟ୍ରଲରକୁ ସୁରକ୍ଷିତ ରଖିବା ପାଇଁ ବନ୍ଦରରେ ଆଶ୍ରୟ ନେବାକୁ ପାରାଦ୍ବୀପ ବନ୍ଦର ପକ୍ଷରୁ ଅନୁମତି ଦିଆଯାଇଛି । ବର୍ତ୍ତମାନ ସମସ୍ତ ୪୦ଟି ଆନ୍ଧ୍ର ବୋଟ ଓ ମତ୍ସ୍ୟଜୀବୀ ମାନେ ସୁରକ୍ଷିତ ଭାବରେ EQ1 ବର୍ଥରେ ଅଛନ୍ତି ।

ସେପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ସକ୍ରିୟ ହୋଇଛି ସିତ୍ରାଙ୍ଗ । ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ଉତ୍ତର ଉତ୍ତରପୂର୍ବ ଦିଗରେ ଗତି କରୁଛି । ୪୦୦ କିମି ଦକ୍ଷିଣକୁ ସାଗର ଦ୍ବୀପପୁଞ୍ଜ ଓ ତାସହିତ ଦକ୍ଷିଣ ଦକ୍ଷିଣପଶ୍ଚିମ ଦିଗରେ ୫୮୦ କିଲୋମିଟର ଦୂରତ୍ବରେ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ।

ଏହା ବି ପଢନ୍ତୁ- CYCLONE UPDATE: 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା !

ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ବୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି । ଅକ୍ଟୋବର ୨୫ ତାରିଖ ବା ଆସନ୍ତାକାଲି ଏହା ବାଂଲାଦେଶ ଉପକୂଳରେ ମାଡ଼ ହେବ । ଏହା ପ୍ରଭାବରେ ରାଜ୍ୟର ଉପକୂଳ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଉତ୍ତର ଉପକୂଳ ଜିଲ୍ଲା ବାଲେଶ୍ବର ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏବଂ କଟକ ସମେତ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୪୫ରୁ ୫୫ ସର୍ବାଧିକ ୬୫ କିଲୋମିଟର ପର୍ଯ୍ୟନ୍ତ ବହିବ ।

ଅମାବାସ୍ୟା ତିଥି ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ଏହାସହ ବାତ୍ୟା ପ୍ରଭାବରେ ସମୁଦ୍ର ଅଧିକ ଅଶାନ୍ତ ରହିବ । ତେଣୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଉପକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ବାତ୍ୟାର ପ୍ରଭାବ ଓଡ଼ିଶାରେ ଅଧିକ ନ ରହିଲେ ମଧ୍ୟ ପ୍ରବଳ ବର୍ଷାରେ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ଅମଳ ହୋଇଥିବା ପାଚିଲା ଧାନକୁ ଘୋଡେଇ ରଖିବାକୁ ପରାମର୍ଶ ଦିଆଯାଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.