ETV Bharat / state

କୁନି ଝିଅ ସାଇ ଶ୍ରୀୟାନ୍ସିଙ୍କ ବୈଦିକ ମନ୍ତ୍ର କଣ୍ଠସ୍ଥ, ମିଳିଲା ଏହି ସଫଳତା

ବୟସ ମାତ୍ର ୪ ବର୍ଷ । ଏହି ବୟସରେ ଅନର୍ଗଳ ମନ୍ତ୍ର ଉଚ୍ଚାରଣ କରି ଜଗତସିଂହପୁର ପାଇଁ ଗୌରବ ଆଣିଛନ୍ତି କୁନିଝିଅ ସାଇ ଶ୍ରୀୟାନ୍ସି । ଅଧିକ ପଢନ୍ତୁ...

author img

By

Published : Oct 19, 2021, 8:44 PM IST

Updated : Oct 20, 2021, 9:34 AM IST

କୁନି ଝିଅ ସାଇ ଶ୍ରୀୟାନ୍ସିଙ୍କ ବୈଦିକ ମନ୍ତ୍ର କଣ୍ଠସ୍ଥ,  ମିଳିଲା ଏହି ସଫଳତା
କୁନି ଝିଅ ସାଇ ଶ୍ରୀୟାନ୍ସିଙ୍କ ବୈଦିକ ମନ୍ତ୍ର କଣ୍ଠସ୍ଥ, ମିଳିଲା ଏହି ସଫଳତା

ଜଗତସିଂହପୁର: ଖେଳିବା ବୁଲିବା ବୟସରେ ସେ ରାଜ୍ୟ ଓ ନିଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବୟସ ତାଙ୍କର ମାତ୍ର ୪ ବର୍ଷ, ଭଲକି ପାଟି ଫିଟୁନି । ଆଜିକାଲି ଛୋଟ ପିଲା ଅଧିକାଂଶ ସମୟ ମୋବାଇଲ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ୍‌ ଯନ୍ତ୍ର ସହ ଅଧିକ ସମୟ ବିତାଉଥିବା ବେଳେ ସେ ସଂସ୍କୃତର କଠିନ ଶବ୍ବ ସଂଯୋଜନାରେ ଗଢ଼ା ମନ୍ତ୍ର ଶ୍ଲୋକ ଶିକ୍ଷା ନେଇ ସଭିଁଙ୍କୁ ଚକିତ କରାଇଛନ୍ତି । ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଉପକଣ୍ଠ ତରଡାପଡ଼ା ଗ୍ରାମର ସରୋଜ ପଣ୍ଡା ଓ ସସ୍ମିତା ମିଶ୍ରଙ୍କ ୪ ବର୍ଷର ଝିଅ ସାଇ ଶ୍ରୀୟାନ୍ସି ।

ମାତ୍ର ୪ ବର୍ଷ ବୟସରେ ଅନେକ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ସାଇ ଶ୍ରୀୟାନ୍ସି । ମାତ୍ର 24 ମିନିଟ 50 ସେକେଣ୍ଡରେ 108ଟି ବେଦ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ସାଇ ଶ୍ରୀୟାନ୍ସି । ଅନର୍ଗଳ ବୈଦିକ ମନ୍ତ୍ର ଉଚ୍ଚାରଣ କରି ସେ ଜଗତସିଂହପୁର ଜିଲ୍ଲା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସମ୍ପୂର୍ଣ୍ଣ ପାଟି ଖୋଲି ନଥିବା ଏହି କୁନିଝିଅର ବୈଦିକ ମନ୍ତ୍ର ଉଚ୍ଚାରଣ, ନିହାତି ଭାବରେ ସମସ୍ତଙ୍କୁ ଚକିତ କରିବ । ନାଚ, ଗୀତ ଓ ଶାସ୍ତ୍ରୀୟ ସଙ୍ଗୀତରେ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇ ସାରିଛନ୍ତି ।

ଲକଡାଉନ ସମୟରେ ନିଜଘରେ ରହି ବାପା ମାଆ ଓ ଜେଜେଙ୍କଠାରୁ ମନ୍ତ୍ର ଶିଖିବା ଆରମ୍ଭ କରିଥିଲେ କୁନି ଝିଅ ସାଇ ଶ୍ରୀୟାନ୍ସି । ଥରେ ମାତ୍ର ମନ୍ତ୍ର ଶୁଣିଦେଲେ ମନ ରଖି ପାରନ୍ତି ସାଇ । ବୈଦିକ ଯଜ୍ଞରେ ପାଠ କରାଯାଉଥିବା ସମସ୍ତ ମନ୍ତ୍ରକୁ ସେ କଣ୍ଠସ୍ଥ କରି ସାରିଛନ୍ତି । ଏନେଇ 2020 ମସିହାରେ ପରିବାର ଲୋକେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବାକୁ ପରିବାର ଲୋକେ ଆବେଦନ କରିଥିଲେ।

ଏହାପରେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଏକ ଏଡିସନ କରାଯାଇ ସାଇଙ୍କୁ ମନ୍ତ୍ର ଉଚ୍ଚାରଣ ପାଇଁ କୁହା ଯାଇଥିଲା । ଏହି ସମୟରେ ସାଇ 24 ମିନିଟ 50 ସେକେଣ୍ଡରେ 108ଟି ବୈଦିକ ମନ୍ତ୍ର ଉଚ୍ଚାରଣ କରି ସଫଳତା ପାଇଛନ୍ତି । ଏହାପରେ ଗତ ଅକ୍ଟୋବର ୧୫ ତାରିଖରେ ଗୋଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାଇ ଶ୍ରୀୟାନ୍ସିଙ୍କୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡର ମାନପତ୍ର ସହ ପଦକ ପ୍ରଦାନ କରାଯାଇଛି ।

ସାଇ ଶ୍ରୀୟାନ୍ସିଙ୍କୁ ନେଇ ସାରା ଜିଲ୍ଲା ଏବେ ଗୌରବ ମନେ କରୁଛି । ଏଭଳି ପ୍ରତିଭା ନେଇ ଆଗକୁ ସାଇ ଏଭଳି ଅନେକ ପୁରସ୍କାର ଜିତିବେ ବୋଲି ପରିବାର ଲୋକେ ଆଶା କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Oct 20, 2021, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.