ଜଗତସିଂହପୁର: ନିଶା କବଳରେ ଜଗତସିଂହପୁର । ଜିଲ୍ଲାର ସଦର ଥାନା ଅନ୍ତର୍ଗତ ତରତଙ୍ଗ ପଞ୍ଚାୟତର ତୋତାପଡା ଗ୍ରାମରୁ 30 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଏହି ବ୍ରାଉନ ସୁଗାରର ମୂଲ୍ୟ ହାରାହାରି 30 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଶୁକ୍ରବାର ସକାଳୁ ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ଏହି ବ୍ରାଉନସୁଗାରକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ନିକଟରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ କରାଯାଇଛି ।
ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବରେ ବ୍ରାଉନସୁଗାର କାରବାର ହେଉଥିବା ଅବକାରୀ ବିଭାଗ ପୋଲିସକୁ ସୂଚନା ମିଳିଥିଲା । ଗୁରୁବାର କୌଣସି ନିର୍ଦ୍ଦିଷ୍ଟ ସୂତ୍ରରୁ ଖବର ପାଇ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲେ । ଜିଲ୍ଲାରେ ଏହି ନିଶା କବଳରେ ଅନେକ କଲେଜ ପଢୁଆ ଛାତ୍ର ଫସିଥିବା ବେଳେ ଅବକାରୀ ବିଭାଗର ଏହି ଚଢାଉ ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ