ETV Bharat / state

ବିଳମ୍ବରେ ଜିଲ୍ଲା ପ୍ରଶାସନର ଦୁର୍ଗାପୂଜା କଟକଣା, ଅଡୁଆରେ 3 ପୂଜା କମିଟି

ଜଗତସିଂହପୁରରେ ଦୁର୍ଗାପୂଜାରେ ମାତ୍ର 4 ଫୁଟରେ ମା’ଙ୍କ ମୂର୍ତ୍ତି କରିବା ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାବଳୀ । ମାଙ୍କ ପୂର୍ଣ୍ଣ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ ସରିଥିବାବେଳେ ପ୍ରଶାସନର ବିଳମ୍ବ ନିଷ୍ପତ୍ତି ପାଇଁ ସମସ୍ୟାରେ କିଛି ପୂଜା କମିଟି । ଅଧିକ ପଢନ୍ତୁ...

ବିଳମ୍ବରେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଦୁର୍ଗାପୂଜା କଟକଣା, ଅଡୁଆରେ 3 ପୂଜା କମିଟି

author img

By

Published : Sep 30, 2021, 10:51 PM IST

ଜଗତସିଂହପୁର: ଜିଲ୍ଲା ପ୍ରଶାସନର ବିଳମ୍ବ ନିଷ୍ପତ୍ତି ଯୋଗୁ ସହରର କେତେକ ପୂଜା କମିଟି ଏବେ ଅକଳରେ ପଡିଛନ୍ତି । ଜିଲ୍ଲା ପ୍ରାଶାସନ ଏବେ ମାତ୍ର 4 ଫୁଟର ଉଚ୍ଚତା ବିଶିଷ୍ଟ ମା’ଦୁର୍ଗାଙ୍କ ମୁର୍ତ୍ତି କରିବା ପାଇଁ ଗାଇଡଲାଇନ ଜାରି କରିଥିବାବେଳେ ବିଳମ୍ବ ନିଷ୍ପତ୍ତି ଯୋଗୁ କିଛି ଅନୁଷ୍ଠାନ ମା’ଙ୍କ ବିଶାଳ ତଥା ସ୍ବାଭାବିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ ଶେଷ କରିସାରିଥିବା ଅଭିଯୋଗ କରିଛନ୍ତି। ତେବେ ଏପରି ସ୍ଥଳେ ସେମାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।

ବିଳମ୍ବରେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଦୁର୍ଗାପୂଜା କଟକଣା, ଅଡୁଆରେ 3 ପୂଜା କମିଟି

ସହରର ଗୋପାଳ ସାଗର ପୂଜା କମିଟି, ସୋମନାଥ ହାଟ ପୂଜା କମିଟି ଓ ଜୟଗଡ ପୂଜା କମିଟିର ପୂର୍ବରୁ ନିର୍ଦ୍ଦିଷ୍ଟ ଉଚ୍ଚତାର ମୂର୍ତ୍ତୀ ନିର୍ମାଣ କରି ସାରିଥିବାବେଳେ ଜିଲ୍ଲା ପ୍ରଶାସନ ଏବେ 4 ଫୁଟରୁ କମ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ଦ୍ଦେଶକୁ ନେଇ ସମସ୍ୟାରେ ପଡିଛନ୍ତି । ଫଳରେ ଏହି 3ଟି ପୂଜା କମିଟିର ପୂଜାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଗତ ୨୭ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂଜାକୁ ନେଇ ସହରର ସମସ୍ତ ପୂଜା କମିଟି ସହ ବୈଠକ ବସିଥିଲା। ଏଥିରେ ଜିଲ୍ଲା ପ୍ରଶାସନ ଦେବୀଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ ବା ୩ଫୁଟ ରଖିବାକୁ ଅନୁରୋଧ କରିଥିଲା । ପୂଜା ମଣ୍ଡପ ଗୁଡିକର ତିନିପଟୁ ଆବଦ୍ଧ ରଖାଯିବା ସହ ସମ୍ମୁଖ ପଟେ କପଡା ବନ୍ଧାଯାଇ ସର୍ଵ ସାଧାରଣ ଦର୍ଶନ ବନ୍ଦ ମଧ୍ୟରେ ପୂଜା ସମ୍ପନ୍ନ କରିବାକୁ କହିଥିଲା ପ୍ରଶାସନ । ଏହା ସହ ପୂଜା ମଣ୍ଡପରେ ଡିଜେ ସାଉଣ୍ଡ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଜସଜ୍ଜା ବନ୍ଦ ପାଇଁ ମଧ୍ୟ କହିଛି ପ୍ରଶାସନ ।

ତେବେ ମୂର୍ତ୍ତି ଉଚ୍ଚତାକୁ ନେଇ ପ୍ରଶାସନର ବିଳମ୍ବ ନିଷ୍ପତ୍ତି ପରେ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ଜିଲ୍ଲାପାଳଙ୍କୁ ଭେଟି ମୂର୍ତ୍ତି ଉଞ୍ଚତାକୁ ନେଇ ଆଲୋଚନା କରିଛନ୍ତି କିଛି ପୂଜା କମିଟିର କର୍ମକର୍ତ୍ତା।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.