ETV Bharat / state

ବାଣ ଗୋଦାମରେ ବିସ୍ଫୋରଣ, 3ମୃତ, 2 ଗୁରୁତର - ଜଗତସିଂହପୁର 3ଜଣଭଙ୍କ ମୃତ୍ୟୁ

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଇଛାପୁର ମଧୁରୀ ବଜାର ନିକଟରେ ବାଣ ଗୋଦାମରେ ବିସ୍ଫୋରଣ । 3 ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ଅଧିକ ପଢନ୍ତୁ

explosion of firecracker godown
explosion of firecracker godown
author img

By

Published : Feb 28, 2023, 7:20 PM IST

explosion of firecracker godown

ଜଗତସିଂହପୁର : ବାଲିକୁଦା ବାଣ ଗୋଦାମରେ ବିସ୍ଫୋରଣ । ଫଳରେ 3 ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ବାଲିକୁଦା ଓ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଇଛା ପୁର ମଧୁରୀ ବଜାର ନିକଟରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁଯାୟୀ , ଆଜି ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଏକ ବାଣ ଗୋଦାମରେ ବାଣ ଭିଡା ଚାଲୁଥିବା ସମୟରେ ହଠାତ ଭୟଙ୍କର ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ହେବାରୁ ଗାଁ ଲୋକ ଦୌଡ଼ି ଆସିଥିଲେ। ଘଟଣା ସ୍ଥଳରେ ସେହି ଇଚ୍ଛାପୁର ଗାଁ ର ଦିଲ୍ଲୀପ ମହାନ୍ତି ଓ ଗୋପାଳପୁର ଗାଁ ର ବୁଲୁ ଦାସଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ବାଣ ଗୋଦାମ ମାଲିକ ସୁଶାନ୍ତ ପୃଷ୍ଟିଙ୍କ ଓ ସହଯୋଗୀ ଦୀନବନ୍ଧୁ ଦାସ ଗୁରୁତର ହୋଇଥିଲେ।

ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଆହତ 2ଜଣ ଙ୍କୁ ପ୍ରଥମେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। 2ଜଣ ଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା। ହେଲେ ଆହତ 2ଜଣଙ୍କର ଶରୀର90 ଭାଗ ପୋଡି ଯାଇଥିବାରୁ ତାଙ୍କୁ କଟକ ପଠାଇ ଦିଆଯାଇଥିଲେ କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଣ ଗୋଦାମ ମାଲିକ ସୁଶାନ୍ତ ପୃଷ୍ଟିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି। ଇଚ୍ଛାପୁର ମଧୁରୀ ବଜାରରେ ଥିବା ଏହି ବାଣ ଗୋଦାମ ରେ କିପରି ବିସ୍ପୋରଣ ହେଲା ତାଙ୍କୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ବାଣ ଗୋଦାମ ଟି ବେଆଇନ ଭାବେ ଚାଲୁଥିବା ପୋଲିସ ଜାଣିବାକୁ ପାଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ମୃତ ବ୍ୟକ୍ତିଙ୍କ ମାଂସ ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା। ତେବେ କେଉଁ କାରଣ ରୁ ଏହି ବିସ୍ଫୋରଣ ହେଲା ତାର ଖିଅ ଖୋଜୁଛି ବାଲିକୁଦା ପୋଲିସ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କହିବାନୁସାରେ ବାଣ ବିସ୍ଫୋରଣରେ 3 ଜଣଙ୍କର ମୃତ୍ୟବରଣ ହୋଇଥିବା ବେଳେ ଦୀନ ବନ୍ଧୁ ଦାଲ ନାମକ ଜଣେ ବ୍ୟକ୍ତି ଙ୍କ ର ଶରୀରର 50 ଭାଗ ଜଳି ଯାଇଛି। ଏନେଇ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଉନ୍ନତ ଚିକିତ୍ସା ପାଇଁ ଏସସିବି ଡାକ୍ତରଖାନାକୁ ପଠାଯାଇଛି। ଆଉ କେହି ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ପହଞ୍ଚି ନାହାନ୍ତି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.