ଜଗତସିଂହପୁର: ଜିଲ୍ଲାରେ କୋରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଶୁକ୍ରବାର 29 ଜଣ କୋରୋନାରେ ଆକ୍ରାନ୍ତ ହୋଇ ଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ 268ରେ ପହଞ୍ଚିଛି।
ସେମାନଙ୍କ ମଧ୍ୟରୁ 155 ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବାବେଳେ ଏବେ ସୁଦ୍ଧା 155 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଅନ୍ୟାନ୍ୟ ରୋଗରେ ପୀଡିତ ଥିବାରୁ ପ୍ରଶାସନ ଚିନ୍ତା ପ୍ରକଟ କରିଛି । ସମସ୍ତ ଆକ୍ରାନ୍ତ ପ୍ରବାସୀ ଥିବା ପ୍ରଶାସନ କହିଛି । ଶୁକ୍ରବାର ଚିହ୍ନଟ ହୋଇ ଥିବା ସମସ୍ତ 29 ଜଣଙ୍କୁ ପାରାଦ୍ୱୀପ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ