ଜଗତସିଂହପୁର: 22 ତମ ପୁସ୍ତକମେଳାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଜଗତସିଂହପୁର ଜିଲ୍ଲାର 22 ତମ ପୁସ୍ତକମେଳାର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଛି ।
ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପୁସ୍ତକ ମେଳା ଆୟୋଜନ କରାଯିବ ନାହିଁ ନିଷ୍ପତ୍ତି ହୋଇଛି । କିନ୍ତୁ ପୁସ୍ତକ ମେଳାକୁ ଡିଜିଟାଲାଇଜେସନ କରାଯାଇ ଅନଲାଇନ ମାଧ୍ୟମରେ ପୁସ୍ତକ ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସାହିତ୍ୟ ଆସର, କବିତା ପାଠ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବାକୁ କୁହାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ