ETV Bharat / state

ମତ୍ସ୍ୟଜୀବୀଙ୍କ ଜାଲରେ ବିରଳ ତେଲିଆ ମାଛ, ୨୩ ଲକ୍ଷରେ ନିଲାମ - 17 rare Telia fish

17 Telia fish Auction: ପାରାଦ୍ବୀପ ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ବିରଳ ତେଲିଆ ମାଛ । ୨୩ ଲକ୍ଷ ଟଙ୍କାରେ ହେଲା ନିଲାମ । ଅଧିକ ପଢନ୍ତୁ

rare fish caught near Paradeep
rare fish caught near Paradeep
author img

By ETV Bharat Odisha Team

Published : Dec 11, 2023, 5:12 PM IST

Updated : Dec 11, 2023, 5:43 PM IST

ମତ୍ସ୍ୟଜୀବୀଙ୍କ ଜାଲରେ ବିରଳ ତେଲିଆ ମାଛ, ୨୩ ଲକ୍ଷରେ ନିଲାମ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ସମୁଦ୍ରରୁ ମିଳିଲା ବିରଳ ତେଲିଆ ମାଛ । ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିରଳ ମାଛ ପଡ଼ିଛି । ଯାହାର ନାମ ହେଉଛି ତେଲିଆ ବୋରେଇ ମାଛ । ଏହି ମାଛକୁ ମତ୍ସ୍ୟଜୀବୀମାନେ ମାଛଧରା ବନ୍ଦରକୁ ଆଣିବା ପରେ ଏହାକୁ ୨୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାରେ ନିଲାମ କରାଯାଇଛି । ଏହି ମାଛ ଗଭୀର ସମୁଦ୍ରରେ ଦେଖାଯାଉଥିବା ବେଳେ ଏହି ମାଛ ଚାହିଦା ବିଦେଶରେ ବେଶ ଅଧିକ ବୋଲି ଜଣାପଡ଼ିଛି ।

ସମୁଦ୍ରରେ ଏହି ବିରଳ ପ୍ରଜାତିର ୧୭ଟି ମାଛ ଜାଲରେ ପଡ଼ିଥିଲେ । ୨୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ବିକ୍ରି ହୋଇଛି ଏହି ୧୭ଟି ତେଲିଆ ବୋରେଇ ମାଛ । ପାରାଦ୍ବୀପ ମାଛଧରା ବନ୍ଦରରେ ନିଲାମ କରାଯାଇଛି । ମାଛ କିଲୋ ପ୍ରତି ୮ହଜାର ୫୦ଟଙ୍କାରେ ନିଲାମ ହୋଇଥିବା ବେଳେ ୧୭ଟି ବିରାଟ କାୟ ତେଲିଆ ବୋରେଇ ମାଛକୁ ୨୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡିଛି । ତେବେ ପାର୍ବତୀ ନାମକ ଟ୍ରଲର ସମୁଦ୍ରରେ ମାଛ ଧରୁଥିବା ସମୟରେ ୧୭ଟି ତେଲିଆ ବୋରେଇ ମାଛ ପଡିଥିଲା । ଟ୍ରଲରଟି ତୁରନ୍ତ ମାଛଧରା ବନ୍ଦରକୁ ଆସିବା ପରେ ୧୭ଟି ମାଛକୁ ନିଲାମ କେନ୍ଦ୍ରରେ ନିଲାମ କରାଯାଇଥିଲା ।

ଏହା ବି ପଢନ୍ତୁ- Watch: ପାରାଦ୍ୱୀପ ସମୁଦ୍ରରୁ ବିରଳ ମାଛ ଉଦ୍ଧାର

ଏହି ମାଛର ପୁଟି ଔଷଧ ତିଆରି କାର୍ଯ୍ୟରେ ଲାଗୁଥିବାରୁ ମାଛ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥାଏ । ଯାହାକି ଏହି ମାଛ ବିଦେଶରେ ବେଶ ଚାହିଦା ଥିବା ବେଳେ ଦେଶ ବାହାରକୁ ମଧ୍ୟ ରପ୍ତାନୀ କରାଯାଇଥାଏ । ତେଲିଆ ବୋରେଇ ମାଛ ପ୍ରାୟ ଗଭୀର ସମୁଦ୍ରରେ ରହିଥାନ୍ତି । ସୂଚନା ଥାଉ କି ଅନେକ ସମୟରେ ସମୁଦ୍ର ମଧ୍ୟରୁ ଏପରି ବିରଳ ମାଛ ଠାବ ହୋଇଥାନ୍ତି । ପାରାଦ୍ବୀପରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ପଡନ୍ତି । ଗତ ଅକ୍ଟୋବରରେ ଏଭଳି ଏକ ବିରଳ ମାଛ ପାରାଦ୍ବୀପ ସମୁଦ୍ରରୁ ଉଦ୍ଧାର ହୋଇଥିଲା । ଏହି ମାଛଟିକୁ ପଶ୍ଚିମବଙ୍ଗର ଦୀଘା ବନ୍ଦରକୁ ପଠାଯାଇଥିଲା । ପାଖାପାଖି ଦେଢଘଣ୍ଟାର ସଙ୍ଘର୍ଷ ପରେ ଜାଲରେ ପଡିଥିଲା ଏକ ଅଢ଼େଇ କ୍ଵିଣ୍ଟାଲର ବିରଳ ପ୍ରଜାତିର ମାଛ । ଯାହାକୁ ନେଇ ପାରାଦ୍ଵୀପ ଅଠରବାଙ୍କି ବାଲିପ୍ଲଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ମତ୍ସ୍ୟଜୀବୀମାନେ ସମୁଦ୍ରରେ ଜାଲ ପକାଇ ଟାଣିବା ସମୟରେ ଜାଲ ସହିତ ଡଙ୍ଗାକୁ ଟାଣି ନେଇଥିଲା ଏହି ବିଶାଳ ମାଛ । ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିବା ସହିତ ପାଖରେ ମାଛ ଧରୁଥିବା ଅନ୍ୟ ଡଙ୍ଗାର ମତ୍ସ୍ୟଜୀବୀଙ୍କୁ ଖବର ଦେଇଥିଲେ । ସ୍ଥାନୀୟ କିଛି ମତ୍ସ୍ୟଜୀବୀ ଏହି ମାଛକୁ ଚିଲ ମାଛ କହୁଥିବା ବେଳେ କିଛି ଲୋକ ଏହାକୁ ଶଙ୍କର ଜାତୀୟ ଶାଙ୍କୁଚ ବୋଲି ଅନୁମାନ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Dec 11, 2023, 5:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.