ଜଗତସିଂହପୁର: ଜିଲ୍ଲାରେ ଆଜି 167 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 19 ପୋଲିସ କର୍ମଚାରୀଙ୍କ ସହିତ ଜଣେ ଡାକ୍ତର ଓ ଜଣେ ଷ୍ଟାଫ ନର୍ସ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଆଜି ବାଲିକୁଦାରୁ 4, ବିରିଡିରୁ 5, ଏରସମାରୁ 3, ଜଗତସିଂହପୁର ବ୍ଳକରୁ ସର୍ବାଧିକ 44, କଟକରୁ ଆସିଥିବା ଜଣେ, ରଘୁନାଥପୁରରୁ 3 ଜଗତସିଂହପୁର ସହରରୁ 39, ନାଉଗାଁରୁ 18, ପାରାଦ୍ବୀପରୁ 10, କୁଜଙ୍ଗରୁ 16 ଓ ତିର୍ତ୍ତୋଲରୁ 24 ଜଣ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରେ ଜଗତସିଂହପୁରର 14 ଜଣ ପୋଲିସ କର୍ମଚାରୀ ଥିବାବେଳେ ତିର୍ତ୍ତୋଲ ପୋଲିସ ଷ୍ଟେସନରୁ ଜଣେ ଓ ଏରସମାରୁ ଦୁଇ ପୋଲିସ କର୍ମଚାରୀ ରହିଛନ୍ତି । ସେହିପରି ଜିଲ୍ଲା ପୋଲିସ ମୁଖ୍ୟାଳୟରୁ 2 କର୍ମଚାରୀ ପଜିଟିଭ ଥିବା ଜଣାପଡ଼ିଛି । ଆଜି ଜଣେ ଆୟୁଷ ଡାକ୍ତର ଓ ଜଣେ ନର୍ସ କୋରୋନା ପଜିଟିଭ ଥିବା ଜଣାପଡିଛି ।
ଏବେ ସୁଦ୍ଧା ଜିଲ୍ଲାରେ 3932 ଜଣ ଆକ୍ରାନ୍ତ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରୁ 2670 ସୁସ୍ଥ ହୋଇ ସାରିଥିବାବେଳେ 1256 ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 6ରେ ସ୍ଥିର ରହିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ