ଜଗତସିଂହପୁର: ଦୁଇ ମହିଳାଙ୍କୁ ନିକଟରୁ ବ୍ରାଉନସୁଗାର ଜବତ କଲା ପାରାଦୀପ ଅବକାରୀ ବିଭାଗ । ସେମାନଙ୍କ ନିକଟରୁ 15 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।
ସୂଚନା ଅନୁଯାୟୀ ଆଜି ସକାଳୁ ପାରାଦୀପ ଅବକାରୀ ଥାନା ପୋଲିସ ପେଟ୍ରୋଲିଂ କରିବା ସମୟରେ ଜଗତସିଂହପୁର ଜିଲ୍ଲାପାଳଙ୍କ ତତ୍ବାବଧାନରେ ଅବକାରୀ ବିଭାଗ ସୁପରିଟେଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରିଥିଲା । ପାରାଦୀପ ଗଡ ଲକଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ନିକଟରେ ଶୈଳବାଳା ସୁତାର ନାମକ ମହିଳାଙ୍କ ଠାରୁ 7 ଗ୍ରାମ ବ୍ରାଉନ ସୁଗାର ଓ ପାରାଦୀପ ଗଡ ଇଲେକ୍ଟ୍ରିକାଲ ଅଫିସ କାର୍ଯ୍ୟାଳୟ ନିକଟରେ ଅଞ୍ଜଳି ମଲ୍ଲିକ ନାମକ ଅନ୍ୟ ଜଣେ ମହିଳାଙ୍କ ଠାରୁ 8 ଗ୍ରାମ ବ୍ରାଉନ ସୁଗାର ଜବତ କରଲିଥିବା ଅବକାରୀ ବିଭାଗ । ମୋଟ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାରାଦୀପ ଅବକାରୀ ବିଭାଗ । ତେବେ ଜବତ ହୋଇଥିବା ୧୫ ଗ୍ରାମ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ତେବେ ଦିନକୁ ଦିନ ବ୍ରାଉନ ସୁଗାର ବେପାର ପାରାଦ୍ଵୀପ ତଥା କୁଜଙ୍ଗ ଅଞ୍ଚଳରେ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଅବକାରୀ ବିଭାଗର ଛାନଭିନ ଜାରି ରଖିଛି । ଏବେ ମହିଳାଙ୍କ ଦ୍ବାରା ବ୍ରାଉନ ସୁଗାର ବେପାର କୁ ସକ୍ରିୟ କରାଯାଉଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ