ଜଗତସିଂହପୁର: ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି କୋରୋନା ସଂକ୍ରମଣ । ଜଗତସିଂହପୁର ଜିଲ୍ଲାରୁ ଗୋଟିଏ ଦିନରେ 146 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 15, ବିରିଡିରୁ 4, ଏରସମାରୁ 13, କୁଜଙ୍ଗରୁ 24, ତିର୍ତ୍ତୋଲରୁ 20, ରଘୁନାଥପୁରରୁ 8, ଜଗତସିଂହପୁର ବ୍ଲକରୁ 32 ଓ ସହରରୁ 14 ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ପାରାଦୀପରୁ 13, ଓ ଅନ୍ୟ ସ୍ଥାନ ଗୁଡିକରୁ 3 ଜଣ ଚିହ୍ନଟ ହୋଇଛନ୍ତି।
ବାଲିକୁଦା ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 355ରେ ପହଞ୍ଚି ଥିବା ବେଳେ 217 ଜଣ ସୁସ୍ଥ ହୋଇ ସାରିଛନ୍ତି । ବିରିଡିରେ 209 ଆକ୍ରାନ୍ତ ହୋଇଥିବା ବେଳେ 151 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏରସମାରେ ଆକ୍ରାନ୍ତଙ୍କ ସଂଖ୍ୟା 208 ଓ ସୁସ୍ଥ ସଂଖ୍ୟା 150 ରହିଛି । କୁଜଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା 589 ଓ 393 ଜଣ ସୁସ୍ଥ ହୋଇଛନ୍ତି । ନାଉଗାଁରେ 283 ଜଣ ଆକ୍ରାନ୍ତ ହୋଇଥିବା 214 ଆରୋଗ୍ୟ ଲାଭ କରିଛନ୍ତି । ତିର୍ତ୍ତୋଲରେ 447 ସଂକ୍ରମିତ ହୋଇଥିବା ବେଳେ 307 ଜଣ ସୁସ୍ଥ ହୋଇ ସାରିଲେଣି।
ରଘୁନାଥପୁରରେ 253 ଜଣ ଆକ୍ରାନ୍ତ ହୋଇ ଥିବା ବେଳେ ସୁସ୍ଥ ହେଲେଣି 156 , ଜଗତସିଂହପୁର ବ୍ଳକରେ 513 ଜଣ ଆକ୍ରାନ୍ତ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ 313 ସୁସ୍ଥ ହୋଇ ସାରିଲେଣି । ସେହିଭଳି ଜଗତସିଂହପୁର ସହରରୁ 248 ଜଣ ଆକ୍ରାନ୍ତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ 133 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ପାରାଦ୍ବୀପ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା 636 ଥିବା ବେଳେ ସେଠାରେ ସର୍ବାଧିକ 513 ଜଣ ସୁସ୍ଥ ହୋଇ ଥିବା ଜଣା ପଡ଼ିଛି। ଜିଲ୍ଲାରେ ମୋଟ 3765 ଜଣ କୋଭିଡରେ ଆକ୍ରାନ୍ତ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ2549 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ବର୍ତ୍ତମାନ ସୁଦ୍ଧା 1210 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି। ତେବେ ମୃତ୍ୟୁ ସଂଖ୍ୟା 6ରେ ସ୍ଥିର ରହି ଥିବା ସୂଚନା ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ