ଜଗତସିଂହପୁର: ଜିଲ୍ଲାରେ ଆଜି ପୁଣି ୧୧ ଜଣ ପ୍ରବାସୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେମାନେ ନିକଟରେ ବିଭିନ୍ନ ରାଜ୍ୟରୁ ଫେରିଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ଏରସମା ରୁ ୪ , ତିର୍ତୋଲରୁ ୪, କୁଜଙ୍ଗ ରୁ ୨ ଓ ବାଲିକୁଦାରୁ ଜଣେ ଚିହ୍ନଟ ହୋଇଛନ୍ତି।
ଏମାନଙ୍କୁ ଭୂବନେଶ୍ବର କିମ୍ସ ହସପିଟାଲକୁ ସ୍ଥାନନ୍ତର କରାଯାଇଛି। ଏହାକୁ ନେଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ରେ ପହଁଛିଚି। ତେବେ ଏହା ମଧ୍ୟରେ କରୋନା ରେ ଆକ୍ରାନ୍ତ ହୋଇ କିମ୍ସରେ ଚିକିତ୍ସିତ ହେଉଥିବା ଜିଲ୍ଲାର ୬୦ ଜଣଙ୍କ ମଧ୍ୟରୁ ୨୮ ଜଣ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବଳକା ୩୨ ଜଣଙ୍କ ଚିକିତ୍ସା କିମ୍ସ ର କୋଭିଡ୍ ହସପିଟାଲରେ ଚାଲୁଥିବା ଜିଲାପାଳ ସୂଚନା ଦେଇଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ