ପାରାଦ୍ବୀପ: ନବକଳେବର ହେବ ପାରାଦ୍ବୀପ ମାଛଧରା ବନ୍ଦର l ଯାହାକୁ ନେଇ କେନ୍ଦ୍ରସରକାରଙ୍କ ତରଫରୁ 108 କୋଟି ଟଙ୍କା ମଞ୍ଜୁରୀ ମିଳିବା ସହିତ ମାଛଧରା ବନ୍ଦର ମଧ୍ୟରେ ନୂତନ ପ୍ରକଳ୍ପ କାର୍ଯ୍ୟର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷି ଓ ମତ୍ସ୍ୟ ସମ୍ପଦ ବିକାଶ ମନ୍ତ୍ରୀ ପରଷୋତ୍ତମ ରୁପଲା ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁ l ଯାହାଫଳରେ ଆଗାମୀ ଦିନରେ ପାରାଦ୍ବୀପ ମାଛଧରା ବନ୍ଦର ଭାରତବର୍ଷର ପ୍ରମୁଖ ମାଛଧରା ବନ୍ଦର ମଧ୍ୟରେ ପାରାଦ୍ବୀପ ସ୍ଥାନ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି l ପାରାଦ୍ବୀପ ମାଛଧରା ବନ୍ଦରର ବଦଳିବ ରୂପରେଖ ଏବଂ ପାରାଦ୍ବୀପ ମାଛଧରା ବନ୍ଦରର ବିକାଶ ହେବା ସହିତ ମତ୍ସ୍ୟଜୀବୀ ମାନେ ଉପକୃତ ହେବନେଇ କହିଛନ୍ତି ଦୁଇ ମନ୍ତ୍ରୀ l ମାଛଧରା ବନ୍ଦର ବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ ପାରାଦ୍ବୀପ ମାଛଧରା ବନ୍ଦର ପାଇଁ ଏକ ଗୌରବର ଦିନ ବୋଲି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ତରଫରୁ ପ୍ରକାଶ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି l
ତେବେ ମାଛଧରା ବନ୍ଦରର ଉନ୍ନତି ସହିତ ବୁଡିବାକୁ ବସିଥିବା ପାରାଦ୍ବୀପର ମତ୍ସ୍ୟଶିଳ୍ପ କିପରି ପୁନଃରୁଦ୍ଧାର ହେବ ଏବଂ ମତ୍ସ୍ୟଜୀବୀ ମାନଙ୍କ ପ୍ରମୁଖ ସମସ୍ୟା ଗୁଡିକ ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ l କେନ୍ଦ୍ରସରକାରଙ୍କ ତରଫରୁ ପାରାଦ୍ବୀପ ମାଛଧରା ବନ୍ଦର ଆଧୁନିକୀକରଣରେ ନିଲାମ ଗୃହ,ମାର୍କେଟ କମ୍ପ୍ଲେକ୍ସ ସହିତ ବିଭିନ୍ନ ଉନ୍ନତି କରଣ କାର୍ଯ୍ୟ ସରିଲା ପରେ ପାରାଦ୍ବୀପର ମାଛଧରା ବନ୍ଦର ବିଶ୍ଵସ୍ତରୀୟ ମାଛଧରା ବନ୍ଦର ହେବ ବୋଲି କହିଛନ୍ତି ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପିଏଲ ହରାନାଦ l ତେବେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହିତ ମାଛଧରା ବନ୍ଦର ଆଧୁନିକୀକରଣ କାର୍ଯ୍ୟ ସହିତ ମତ୍ସ୍ୟଜୀବୀ ମାନେ କିପରି ସୁରକ୍ଷିତ ରହିବେ, ବୁଡିବାକୁ ବସିଥିବା ମତ୍ସ୍ୟଶିଳ୍ପର କିପରି ପୁନଃରୁଦ୍ଧାର ହେବ ଏଥିପ୍ରତି ସରକାରଙ୍କ ତରଫରୁ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା l
ଏହା ମଧ୍ୟ ପଢନ୍ତୁ ... ଲୋୟର ପିଏମଜିରେ ରଣହୁଙ୍କାର, ବିଭିନ୍ନ ଦାବି ନେଇ ଗର୍ଜିଲେ ଆଦିବାସୀ ମହାସଂଘ
ଡିଜେଲ ଦରର ଅହେତୁକ ମୂଲ୍ୟବୃଦ୍ଧି କାରଣରୁ ମତ୍ସ୍ୟଶିଳ୍ପ ସଙ୍କଟର ଗତି କରୁଛି । ସରକାରଙ୍କ ତରଫରୁ ଡିଜେଲ ଉପରେ ସବସିଡ଼ି ପ୍ରଦାନ କରିବା, ମାଛଧରା ବନ୍ଦର ମଧ୍ୟରେ ଏକ ବରଫକଳ ସ୍ଥାପନ କରିବା ସହିତ ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଯାହା ଆଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସମାଧାନ କରାଯିବା ନେଇ ଆଶା ରଖିଛନ୍ତି ଓମ୍ଫାର ସଭାପତି ଶ୍ରୀକାନ୍ତ ପରିଡା । ତେବେ ମତ୍ସ୍ୟଜୀବୀ ଓ ମତ୍ସ୍ୟଶିଳ୍ପକୁ ନେଇ ରହିଥିବା ସମସ୍ୟା ଯଥାଶୀଘ୍ର ସମାଧାନ କରାଯିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା l ତେବେ ମତ୍ସ୍ୟଜୀବୀ ଓ ମତ୍ସ୍ୟଶିଳ୍ପର ସମସ୍ୟା ସମ୍ବଳିତ ଦାବି ପୂରଣ ହେଲେ ପୂର୍ବଭଳି ମାଛଧରା ବନ୍ଦର ସହିତ ମତ୍ସ୍ୟଜୀବୀ ମାନଙ୍କ ମୁହଁରେ ହସ ଫେରିଆସିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, ଜଗତସିଂହପୁର