ETV Bharat / state

ସ୍ଵାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ଅଳକାଶ୍ରମ ଶତବାର୍ଷିକ ଉତ୍ସବ ଆରମ୍ଭ - ଅଳକାଶ୍ରମ

ଜଗତସିଂହପୁର ଜିଲ୍ଲାରେ ଅଳକାଶ୍ରମ ଶତବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । 3 ଦିନ ଧରି ଚାଲିବ ଏହି ଉତ୍ସବ । ଅଧିକ ପଢନ୍ତୁ

alaka ashram foundation day celebrated
ସ୍ଵାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ଅଳକାଶ୍ରମ ଶତବାର୍ଷିକ ଉତ୍ସବ ଆରମ୍ଭ
author img

By

Published : Jan 28, 2023, 2:26 PM IST

ସ୍ଵାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ଅଳକାଶ୍ରମ ଶତବାର୍ଷିକ ଉତ୍ସବ ଆରମ୍ଭ

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ତିନିଦିନ ବ୍ୟାପୀ ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ଅଳକାଶ୍ରମର ଶତବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସଵକୁ ଆଭାସି ମାଧ୍ୟମରେ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ପୂର୍ବତନ ସାଂସଦ କୂଳମଣୀ ସାମଲ, ବିଜେପିର ବରିଷ୍ଠ ନେତା ବିଭୁ ପ୍ରସାଦ ତରାଇ, ଅଳକାଶ୍ରମକ ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଅଳକାଶ୍ରମ ଓ ସ୍ୱାଧୀନତା ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । 26 ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ 3ଦିନ ଧିର 29 ତାରିଖ ଯାଏ ଚାଲିବ ।

ଜଗତସିଂହପୁର ମାଟିରେ ଅନେକ ସ୍ବାଧୀନତା ସଂଗ୍ରାମୀ ଜନ୍ମ ନେଇଛନ୍ତି । ଭାରତବର୍ଷରେ ସ୍ୱାଧୀନତା ସଂଗ୍ରାମର ତିନଟି ଆଶ୍ରମ ରହିଛି । ସବାରମତି ଆଶ୍ରମ, ବରୀ ଆଶ୍ରମ ଓ ଅଳକାଶ୍ରମ । ଏହି ଆଶ୍ରମରେ ସ୍ଵାଧିନତା ସଂଗ୍ରାମର ମୂଳଦୁଆ ପଡିଥିଲା । ସ୍ୱାଧୀନତା ସଂଗ୍ରାମୀମାନେ ଏହି ସ୍ଥାନରେ ବସି ମୁକ୍ତି ଆନ୍ଦୋଳନ କଥା ଆଲୋଚନା କରିଥିଲେ। 1942 ମସିହାରେ ଜୟ ପ୍ରକାଶ ନାରାୟଣ ଏହି ଅଳକାଶ୍ରମରୁ ଭାରତଛାଡ଼ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ । ଓଡ଼ିଶାର ଭୂଦାନ ଆନ୍ଦୋଳନ ମଧ୍ୟ ଏହିଠାରୁ ଆରମ୍ଭ କରାଯାଇଥିଲା । କୁହାଯାଏ ସ୍ୱାଧୀନ ଭାରତରେ ପଣ୍ଡିତ ଜବାହରଲାଲ ନେହୁରୁ ପ୍ରଥମେ ଏହି ମାଟିରୁ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ।

ଏହା ବି ପଢନ୍ତୁ...ଆରମ୍ଭ ହେଲା ପଶ୍ଚିମ ଓଡ଼ିଶା କୃଷିମେଳା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସ୍ଵାଧୀନତା ସଂଗ୍ରାମର ମୂକସାକ୍ଷୀ ଏହି ଅଳକାଶ୍ରମକୁ 100 ବର୍ଷ ପୂରଣ ହୋଇଛି । ଅଳକାଶ୍ରମ ଠିକ 100 ବର୍ଷ ପୂର୍ବେ ଶ୍ରୀପଞ୍ଚମୀ ଦିନ ପ୍ରତିଷ୍ଠା ହୋଇଥିଲା । ଏବେ ଏହା ଶହେବର୍ଷ ପୂର୍ତ୍ତୀ ହେଉଥିବାରୁ ଅଳକାଶ୍ରମ ଶତବାର୍ଷିକୀ କମିଟି ତରଫରୁ ତିନିଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଛି । ଅଳକାଶ୍ରମର ଶତବାର୍ଷିକୀ ଅବସରରେ ରାଜ୍ୟପାଳ ଅଳକାଶ୍ରମ ଭବନର ଶିଳାନ୍ୟାସ କରିଥିବା ବେଳେ ଜଗତସିଂହପୁରରେ ଏକ ଅଳକା ସ୍ମୃତିସ୍ତମ୍ବର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.