ETV Bharat / state

ଜିଲ୍ଲା ମୁଖ୍ୟ ନୂଆ ବିଲ୍ଡିଂର ନିର୍ମାଣ ପଥ ପରିସ୍କାର, ଜମି ଯୋଗାଇବ ଜଳସେଚନ ବିଭାଗ

ଜଗତସିଂହପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 100 ଶଯ୍ୟା ବିଶିଷ୍ଟ ନୂଆ ବିଲ୍ଡିଂର ନିର୍ମାଣ ପଥ ପରିସ୍କାର। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଜଳସେଚନ ବିଭାଗ ଜମି ଯୋଗାଇଦେବ । ଫଳରେ ଏହି ଚିକିତ୍ସାଳୟରେ ଥିବା ଅବ୍ୟବସ୍ଥା ଦୂର ହେବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Aug 9, 2019, 10:06 AM IST

ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 100 ଶଯ୍ୟା ବିଶିଷ୍ଟ ନୂଆ ବିଲ୍ଡିଂର ନିର୍ମାଣ ପଥ ପରିସ୍କାର। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଜମି ଯୋଗାଇଦେବ ଜଳସେଚନ ବିଭାଗ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖରେ ଥିବା ଜଳସେଚନ ବିଭାଗର କ୍ବାର୍ଟର ଜାଗାକୁ ବିଭାଗ ମେଡିକାଲକୁ ପ୍ରଦାନ କରିବ । ଯେଉଁଠି 100 ଶଯ୍ୟା ବିଶିଷ୍ଟ ନୂଆ ବିଲ୍ଡିଂ ନିର୍ମିତ ହେବ । ଏହା ବଦଳରେ ଅନ୍ୟ ଏକ ଜାଗାରେ ଜଳସେଚନ ବିଭାଗକୁ କ୍ବାର୍ଟର ଯୋଗାଇବ ସ୍ବାସ୍ଥ୍ୟ ବିଭାଗ । ଫଳରେ ଜିଲ୍ଲା ଚିକିତ୍ସାଳୟରେ ଥିବା ଅବ୍ୟବସ୍ଥା ଦୂର ହେବ ବୋଲି କୁହାଯାଉଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବାରୁ ରୋଗୀସେବା ବ୍ୟାହତ ହେଉଛି । ଭେଷଜ ଓ ସଂକ୍ରମଣ ଠାରୁ ଆରମ୍ଭ କରି ଅଧିକାଂଶ ୱାର୍ଡରେ ଆବଶ୍ୟକ ଶଯ୍ୟା ନାହିଁ। ବିଶେଷ କରି ପ୍ରସୂତି ବିଭାଗ ବାରଣ୍ଡାରେ ପ୍ରତି ଦିନ ବହୁ ଗର୍ଭବତୀ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଶିଶୁ ୱାର୍ଡ ଅବସ୍ଥା ମଧ୍ୟ ଅନୁରୂପ। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ପରିସରରେ 100 ଶଯ୍ୟା ବିଶିଷ୍ଟ ଏକ ବିଲ୍ଡିଂ ନିର୍ମାଣ ପାଇଁ 2ବର୍ଷ ପୂର୍ବେ ଉଦ୍ୟମ ଆରମ୍ଭ ହୋଇଥିଲା। ତେବେ ଜମି ପାଇଁ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଏବେ ଜଳସେଚନ ବିଭାଗ ମୋଟ 1 ଏକର 15 ଡେସିମିଲି ଜମି ମେଡିକାଲକୁ ଦେବ । ଏହା ବାବଦରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ 1 କୋଟି 84 ଲକ୍ଷ ଟଙ୍କା ବ୍ୟୟ କରିବ। ତେବେ ଏହି ଉଦ୍ୟମ ସଫଳ ହେଲେ ଭିତ୍ତିଭୂମି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆବଶ୍ୟକ ଭିତ୍ତିଭୂମି ର ଅଭାବ ଯୋଗୁଁ ରୋଗୀସେବା ବ୍ୟାହତ ହେଉଛି।ଭେଷଜ ଓ ସଂକ୍ରମଣ ଠାରୁ ଆରମ୍ଭ କରି ଅଧିକାନ୍ସ ୱାଡ଼ ରେ ଆବଶ୍ୟକ ଶଯ୍ୟା ନାହିଁ। ବିଶେଷ କରି ପ୍ରସୂତି ବିଭାଗ ବାରଣ୍ଡାରେ ପ୍ରତେହ ବହୁ ଗର୍ଭବତୀ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି।ଶିଶୁ ୱାଡ଼ ଅବସ୍ଥା ମଧ୍ୟ ଅନୁରୂପ।ଏସବୁ କୁ ଦୃଷ୍ଟି ରେ ରଖି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ 100 ସଂଖ୍ୟା ବିଶିଷ୍ଟ M.C.H. ବା ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ବିଲ୍ଡିଂ ନିର୍ମାଣ ପାଇଁ 2ବର୍ଷ ପୃବେ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ବସ୍ତାଵ ରୂପ ନେଇ ପାରିନଥିଲା ।କିନ୍ତୁ ଏବେ ଜିଲା ଚିକିତ୍ସାଳୟ ରେ 100 ଶଯ୍ୟା ବିଶିଷ୍ଟ ବିଲ୍ଡିଂ ପାଇଁ ପଥ ପରିସ୍କାର ହୋଇଛି। ଜିଲା ଜଳ ସେଚନ କ୍ୱାଟ୍ରର୍ଷ ର ଜମି ଅଧିଗ୍ରହଣ ସାରିଥିବା ବେଳେ ମୋଟ 1 ଏକର, 15 ଡେସିମିଲି ଜମି ରେ ଏହି ହସ୍ପିଟାଲ ନିର୍ମାଣ କରାଯିବ। ଜଳ ସେଚନ ବିଭାଗ ର କ୍ଵଟର୍ସ ନିର୍ମାଣ ବାବଦ ରେ ଜିଲା ସ୍ୱାସ୍ଥ୍ୟ ବିଭାଗ 1 କୋଟି 84 ଲକ୍ଷ ଟଙ୍କା ବେୟ କରିବ। ଯାହାକୁ ନେଇ ନିଷ୍ପତ୍ତି ଚୂଡାନ୍ତ ହୋଇଛି। 100 ସଂଖ୍ୟା ବିଶିଷ୍ଟ M.C.H. ବିଲ୍ଡିଂ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବହନ କରିବା ପାଇଁ ସବୁଜ ସଙ୍କେତ ଦେଇଥିବା ସୂଚନା ମିଳିଛି। ତେବେ ଯଦି ଏହି ଉଦ୍ୟମ ସଫଳ ହୁଏ ତେବେ ଜିଲାରେ ଆସନ୍ତା 50 ବର୍ଷ ପର୍ଯ୍ୟନ୍ତ ଭିତ୍ତିଭୂମି ର ସମସ୍ୟା ଷ୍ଟାଇ ସମାଧାନ ହୋଇ ପାରିବ

Body:ଜଗତସିଂହପୁର

Conclusion:ଜଗତସିଂହପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.