ETV Bharat / state

ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠରେ ପାଳିତ ହେଉଛି ମାଘମେଳା - Subrnapur

ରୂପ ରେଖ ନାହିଁ ହେ ଶୂନ୍ୟ ଦେହୀ ଅଛ ଉଦେ ହୋଇ। ଏମିତି ଅନେକ ଭଜନ ଜଣାଣର ସ୍ବର ଭାସି ଆସୁଛି ସନ୍ଥକବି ଭୀମଭୋଇଙ୍କ ସିଦ୍ଧି ସାଧନା ଓ ସମାଧୀ ପୀଠରୁ। ଜିଲ୍ଲାର ଖଲିଆପାଲିଠାରେ ଥିବା ସନ୍ଥକବି ଭୀମଭୋଇଙ୍କ ସମାଧିପୀଠରେ ଆରମ୍ଭ ହୋଇଥିବା ମାଘମେଳାରେ ଶୂନ୍ୟ ବ୍ରହ୍ମଙ୍କ ଉପାସନା ସହିତ ଚାଲିଛି ସାରସ୍ବତ ସନ୍ଥ ସାହିତ୍ୟର ଆସର। ସନ୍ଥ କବିଙ୍କ ରଚିତ ଅନେକ ପାଣ୍ଡୁଲିପିର ପ୍ରକାଶିତ ହୋଇଥିବା ବେଳେ ଅନେକ ପାଣ୍ଡୁଲିପି ବିକ୍ଷିପ୍ତ ଅବସ୍ଥାରେ ପଡିରହିଛି।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Feb 17, 2019, 11:57 PM IST

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର
ସୁବର୍ଣ୍ଣପୁର: ରୂପ ରେଖ ନାହିଁ ହେ ଶୂନ୍ୟ ଦେହୀ ଅଛ ଉଦେ ହୋଇ। ଏମିତି ଅନେକ ଭଜନ ଜଣାଣର ସ୍ବର ଭାସି ଆସୁଛି ସନ୍ଥକବି ଭୀମଭୋଇଙ୍କ ସିଦ୍ଧି ସାଧନା ଓ ସମାଧୀ ପୀଠରୁ। ଜିଲ୍ଲାର ଖଲିଆପାଲିଠାରେ ଥିବା ସନ୍ଥକବି ଭୀମଭୋଇଙ୍କ ସମାଧିପୀଠରେ ଆରମ୍ଭ ହୋଇଥିବା ମାଘମେଳାରେ ଶୂନ୍ୟ ବ୍ରହ୍ମଙ୍କ ଉପାସନା ସହିତ ଚାଲିଛି ସାରସ୍ବତ ସନ୍ଥ ସାହିତ୍ୟର ଆସର। ସନ୍ଥ କବିଙ୍କ ରଚିତ ଅନେକ ପାଣ୍ଡୁଲିପିର ପ୍ରକାଶିତ ହୋଇଥିବା ବେଳେ ଅନେକ ପାଣ୍ଡୁଲିପି ବିକ୍ଷିପ୍ତ ଅବସ୍ଥାରେ ପଡିରହିଛି। ସେସବୁକୁ ସଂଗ୍ରହ କରି ପ୍ରକାଶନ କରିବା ପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସାହିତ୍ୟ ଏକାଡେମୀ ଯାଏଁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି।
undefined

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ । ସନ୍ଥ କବି ଭୀମଭୋଇଙ୍କ ଏହି କାଳଜୟୀ ପଂକ୍ତି ଆଜି ବି ଆକର୍ଷିତ କରୁଛି ଦେଶ ବିଦେଶର ଅନେକ ଗବେଷକ ଓ ସାହିତ୍ୟିକ ମାନଙ୍କୁ। ।ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିଠାରେ ଥିବା ସନ୍ଥ ଭୀମଭୋଇଙ୍କ ସମାଧିପୀଠ ଏବେ ପାଲଟି ଯାଇଛି ଏକ ପୂଣ୍ୟ ଭୂମୀ। ବିଶେଷକରି ସନ୍ଥକବିଙ୍କ ପୂଣ୍ୟ ଜନ୍ମ ତିଥି ଓ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟର ବିଭିନ୍ନ ଯାଗାରେ ସାରସ୍ବତ ସାହିତ୍ୟ ସମାରୋହର ଆୟୋଜନ କରାଯାଏ। ସାହିତ୍ୟ ପ୍ରେମୀଙ୍କୁ ସନ୍ଥଙ୍କର ରଚିତ ଭଜନ ଜଣାଣ ,କାବ୍ୟ ସବୁ ସମୟରେ ଆକର୍ଷିତ କରୁଥିବା ବେଳେ ମହିମାଧର୍ମୀ ସାଧୁ ସନ୍ୟାସିନୀଙ୍କ ମୁହଁରୁ ଶୁଣିବାକୁ ମିଳେ ଅନେକ କାବ୍ୟ କବିତାର ପଂକ୍ତି।

ହେଲେ ଆଜି ବି ଅପ୍ରକାଶିତ ଭାବେ ଏଣେ ତେଣେ ପଡିରହିଛି ସନ୍ଥ କବିଙ୍କ ଅନେକ ପାଣ୍ଡୁଲିପି । ମାଘମେଳା ଅବସରରେ ଲୋକମୁଖରେ କବିଙ୍କ କାଳଜୟୀ ପଂକ୍ତିସବୁ ଅମୃତର ଧାରା ପରି ବୋହି ଆସୁଥିବା ବେଳେ ସାହିତ୍ୟ ରସିକମାନେ ଅପ୍ରକାଶିତ କାବ୍ୟ କବିତାକୁ ନେଇ ବେଶ ମନଦୁଃଖ କରନ୍ତି। କବିଙ୍କ ରଚିତ ସ୍ତୁତି ଚିନ୍ତାମଣୀ, ନିର୍ବେଦ ସାଧନା ,ବ୍ରହ୍ମ ନିରୂପଣ ଗୀତା ଆଦି ଅନେକ କାବ୍ୟ କବିତା ପ୍ରକାଶିତ ହୋଇଛି । ହେଲେ ମହିମା ବିନୋଦ ପରି ଗ୍ରନ୍ଥ ଏଯାଏଁ ଅପ୍ରକାଶିତ ହୋଇ ପଡିରହିଛି। ଅନେକବାର ସନ୍ଥ ସାହିତ୍ୟର ପ୍ରକାଶନ ପାଇଁ ଗୁହାରୀ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।

undefined

ସାହିତ୍ୟର ପୁନଃରୁଦ୍ଧାର ପରି ଏକ ସମ୍ବେଦନଶୀଳ ବିଷୟ କୌଣସି ପ୍ରଶାସନିକ ଅଧିକାରୀ ଅବା ରାଜନୈତିକ ନେତାଙ୍କ ମନକୁ ଛୁଇଁ ପାରିନଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ସମାଧୀପୀଠ ଟ୍ରଷ୍ଟର ଉପାଧ୍ୟକ୍ଷ ତଥା ଉପଜିଲ୍ଲାପାଲ ପାଣ୍ଡୁଲିପି ସବୁ ସଂଗ୍ରହ କରି ତାର ପ୍ରକାଶନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Intro:Body:

ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠରେ ପାଳିତ ହେଉଛି ମାଘମେଳା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.