ଭଞ୍ଜନଗର: ଭଞ୍ଜନଗର ଖାଲାସାହି ସ୍ଥିତ ଏକ ଘରୋଇ ସଂସ୍ଥା କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଯୁବକ। କିନ୍ନୀ ଇନଫୋଟେକ ନାମକ ଏକ ଡାଟା ଏଣ୍ଟ୍ରି ଅଫିସର ବିଭିନ୍ନ ଉପକରଣ ଭାଙ୍ଗି ଦେଇଛନ୍ତି ଯୁବକ । ଯାହା ଫଳରେ ଅଫିସରେ ବିଭିନ୍ନ ଭଙ୍ଗାରୁଜା ହେବା ସହ କାଗଜପତ୍ର ଫିଙ୍ଗା ଯାଇଛି ।
ଟଙ୍କା ଦେଇ କାମ କରିଥିବା ଡାଟାଏଣ୍ଟ୍ରିର ମୂଳଧନ ସହ ଲାଭାଂଶ ପାରିଶ୍ରମିକ ମିଳିନଥିବାରୁ ଏଭଳି ହୋଇଥିବା ସୂଚନା । ୫ଟି କମ୍ପ୍ୟୁଟର ଓ ଗୋଟିଏ ପ୍ରିଣ୍ଟର ନେଇ ଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଭଞ୍ଜନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ