ବ୍ରହ୍ମପୁର: ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଚୈତନ୍ୟପଡ଼ା ନାଗେଶ୍ୱର ଗ୍ୟାରେଜ ଭିତରେ ଘଟିଯାଇଛି ଏକ ଅଘଟଣ । କୌଣସି କାରଣରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ । ପେଟ୍ରୋଲ ପମ୍ପ ନିକଟରେ ଏଭଳି ଆତ୍ମହତ୍ୟା କରିଥିବା କୁହାଯାଇଥିବା ବେଳେ ପାରିବାରିକ କଳହକୁ ନେଇ ଏପରି ହୋଇଥିବା ଜଣାପଡିଛି ।
ମୃତକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଗୋପୀନାଥପୁର ବଡସାହିର ଇପିଲି ଜଗନ୍ନାଥ । ମୃତକ ଜଣକ କୁକୁଡ଼ାଖଣ୍ଡି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ଘଟଣା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ