ETV Bharat / state

ବନ୍ଦ କୋଠରୀରେ ମହିଳାଙ୍କ ମୃତଦେହ, କୋଳରୁ 2 ମାସର ଶିଶୁ କନ୍ୟା ଉଦ୍ଧାର

ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କଲେଜ ଛକ ଗୋଲାପଲ୍ଲୀ ଅଞ୍ଚଳରେ ଏକ ବନ୍ଦ କୋଠରୀରୁ ଜଣେ ମୃତ ମହିଳା ଠାବ ହେବା ସହିତ ତାଙ୍କ କୋଳରୁ ଦୁଇ ମାସର ଶିଶୁ କନ୍ୟା ଉଦ୍ଧାର । ଅଧିକ ପଢନ୍ତୁ...

author img

By

Published : May 8, 2021, 9:29 PM IST

ବନ୍ଦ କୋଠରୀରେ ମହିଳାଙ୍କ ମୃତଦେହ, କୋଳରୁ ଦୁଇ ମାସର ଶିଶୁ କନ୍ୟା ଉଦ୍ଧାର

ଗଞ୍ଜାମ : ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କଲେଜ ଛକ ଗୋଲାପଲ୍ଲୀ ଅଞ୍ଚଳରେ ଏକ ବନ୍ଦ କୋଠରୀରୁ ଜଣେ ମୃତ ମହିଳା ଠାବ ହେବା ସହିତ ତାଙ୍କ କୋଳରୁ ଦୁଇମାସର ଶିଶୁ କନ୍ୟା ଉଦ୍ଧାର । କରୋନା ଭୟରେ ମୃତ ମହିଳାଙ୍କ ପାଖକୁ ପଡ଼ୋଶୀମାନେ କେହି ଯାଇନଥିଲେ । ଶିଶୁ କନ୍ୟାର କାନ୍ଦ ଶୁଣି ଅଞ୍ଚଳବାସୀ ଏନେଇ ଥାନାକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ବରଗାଁ ସମିତି ସଭ୍ୟ ଶିବ ନାହାକଙ୍କ ସହିତ କିଛି ସ୍ୱେଚ୍ଛାସେବୀ ପିପିଇ କିଟ ପରିଧାନ କରି ମୃତଦେହ ଉଦ୍ଧାରରେ ପ୍ରଶାସନକୁ ସହଯୋଗ କରିଥିଲେ ।

30 ବର୍ଷୀୟ ମୃତ ଝିଲ୍ଲୀ ସେଠୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବାବେଳେ ଉଦ୍ଧାର ଶିଶୁ କନ୍ୟାକୁ ବ୍ରହ୍ମପୁର ବଡ଼ ମେଡିକେଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚାଇଲଡ ଲାଇନକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ସୂଚନା ମୁତାବକ ମୃତ ଝିଲ୍ଲୀ ସେଠି ପାଣିବନ୍ଦ ଗ୍ରାମର ହୋଇଥିବାବେଳେ ସେ ମାମୁଢ଼ି଼ଅ ଗ୍ରାମର ସଞ୍ଜୟ ସାହୁଙ୍କୁ କିଛି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ।

ବାହାଘର ପରେ ଉଭୟେ କଲେଜ ଛକସ୍ଥିତ ଗୋଲାପଲ୍ଲି ଅଞ୍ଚଳରେ ଭଡା ଘରେ ରହୁଥିଲେ । ପରିବାର ପ୍ରତିପୋଷଣ ପାଇଁ ସଞ୍ଜୟ ସୁଦୂର ସୁରାଟକୁ ଯାଇଥିବାବେଳେ ଇତି ମଧ୍ୟରେ ତାଙ୍କର କନ୍ୟା ସନ୍ତାନଟି ଜନ୍ମ ହୋଇଥିଲା । ବର୍ତ୍ତମାନ ସଞ୍ଜୟ ସୁରାଟରେ ଥିବା ବେଳେ ଝିଲ୍ଲୀଙ୍କର ମୃତ୍ୟୁ ପରେ ଏବେ ଦୁଇ ମାସର ଶିଶୁ କନ୍ୟା ଏବେ ଅନାଥ ହୋଇଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.