ETV Bharat / state

ମହିଳାଙ୍କୁ ସ୍ବାବଲମ୍ବୀ କଲା ମିିଶନ ଶକ୍ତି, ସସ୍ ପ୍ରସ୍ତୁତ କରି ହୋଇଛନ୍ତି ରୋଜଗାରକ୍ଷମ - ସସ୍ ପ୍ରସ୍ତୁତ କରି ରୋଜଗାରକ୍ଷମ ହେଲେ ମହିଳା

ଟମାଟୋ ଓ ଚିଲି ସସ୍ ପ୍ରସ୍ତୁତ କରି ସ୍ୱାବଲମ୍ୱୀ ହେଉଛନ୍ତି ମିଶନ ଶକ୍ତି ମହିଳା । ଅତ୍ୟାଧୁନିକ ମେସିନର ବ୍ୟବହାର କରି ମହିଳା ମାନେ ସଂପୂର୍ଣ୍ଣ ହାଇଜେନିକ ସସ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଚମାଖଣ୍ଡି ଗ୍ରାମର ମହିଳା । ଅଧିକ ପଢ଼ନ୍ତୁ

women selling handmade sauce in ganjam
ମହିଳାଙ୍କୁ ସ୍ବାବଲମ୍ବୀ କଲା ମିିଶନ ଶକ୍ତି
author img

By

Published : Aug 15, 2023, 5:18 PM IST

ମହିଳାଙ୍କୁ ସ୍ବାବଲମ୍ବୀ କଲା ମିିଶନ ଶକ୍ତି

ବ୍ରହ୍ମପୁର: ବଦଳୁଛି ସମୟ, ସମୟ ସହ ତାଳ ଦେଇ ବଦଳୁଛି ସମାଜ । ଆଗ ଭଳି ମହିଳା କେବଳ ଘରେ ନରହି ପଦାକୁ ଗୋଡ କାଢିଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର । ଫଳରେ ଆର୍ଥିକ ସ୍ଥିତି ସୁଧୁରିବା ସହ ପରିବାର ହସଖୁସିରେ ପୁରି ଉଠିଛି । ଆଉ ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ବଡ ଭୂମିକା ନେଇଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଥିବା ମିଶନ ଶକ୍ତି ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର । ଟମାଟୋ ଓ ଚିଲି ସସ୍ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା କମାଉଛନ୍ତି ମହିଳା । ଅତ୍ୟାଧୁନିକ ମେସିନର ବ୍ୟବହାର କରି ମହିଳା ମାନେ ସଂପୂର୍ଣ୍ଣ ହାଇଜେନିକ ସସ ପ୍ରସ୍ତୁତ କରୁଛନ୍ତି ।

ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଚମାଖଣ୍ଡି ଗ୍ରାମର ଦୁଇଟି ସଂଘର ୩୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ନେଇ ଏକ ଫୁଡ୍ ପ୍ରସେସିଙ୍ଗ୍ ୟୁନିଟ୍ କରାଯିବାକୁ ଯୋଜନା କରାଗଲା । ଜିଲ୍ଲା ପ୍ରଶାସନର ସହଯୋଗରେ ଆରମ୍ଭ ହୋଇଥିଲା ମିଶନ ଶକ୍ତି ଫୁଡ୍ ପ୍ରସେସିଂ ୟୁନିଟ୍ । ସମସ୍ତ ପ୍ରକାର ମେସିନ ଯୋଗାଇ ଦିଆଯିବା ସହିତ ଏହାର ପରିଚାଳନା ନେଇ ମହିଳାଙ୍କୁ ସ୍ବତନ୍ତ୍ର ତାଲିମ ମଧ୍ୟ ଦିଆଗଲା । ହଜାର ହଜାର କିଲୋ ଟମାଟୋକୁ ଚାଷୀଙ୍କ ଠାରୁ ଆଦାୟ କରାଯିବା ପରେ ଏହାକୁ ନେଇ ମେସିନ୍ ମାଧ୍ୟମରେ ସମ୍ପୂର୍ଣ୍ଣ ହାଇଜେନିକ୍ ଉପାୟରେ ପ୍ରସ୍ତୁତ ହେଉଛି ଟମାଟୋ ସସ୍ । ପ୍ରଥମେ ଟମାଟୋ ଗୁଡିକୁ ଭଲ ଭାବରେ ଧୋଇ ସେଗୁଡ଼ିକୁ ସିଝାଯାଇଥାଏ । ପରେ ଗ୍ରାଇଣ୍ଡିଙ୍ଗ୍ କରାଯାଇ ସେଥିରେ ବିଭିନ୍ନ ମସଲା ସାମଗ୍ରୀ ମିଶ୍ରଣ କରିବା ପରେ ଶୀତଳ ପାଇଁ ରଖାଯାଏ । ଏହାପରେ ବୋତଲରେ ଭର୍ତ୍ତି କରି ଭଳି ଷ୍ଟିକରିଙ୍ଗ୍ କରାଯାଇ ବଜାରକୁ ବିକ୍ରି ପାଇଁ ପ୍ରସ୍ତୁତ କରାଯାଏ । କେବଳ ଟମାଟୋ ସସ୍ ନୁହେଁ ଚିଲି ସସ୍, ଭିନାଗାର ସମେତ ବିଭିନ୍ନ ପ୍ରକାର ଚିପ୍ସ ମଧ୍ୟ ତିଆରି କରାଯାଉଛି । ଏହାଦ୍ବାରା ମହିଳାମାନେ ଭଲ ପଇସା ରୋଜଗାର କରି ସ୍ବାବଲମ୍ବୀ ହେବ ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସମନ୍ବିତ କୃଷି କରି ସ୍ବାବଲମ୍ବୀ ମହିଳା, ଅନ୍ୟକୁ ଦେଉଛନ୍ତି ରୋଜଗାର

ଏନେଇ ମିଶନ ଶକ୍ତି ମହିଳା ସଦସ୍ୟ କହିଛନ୍ତି, "ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁଥିବା ମହିଳାଙ୍କୁ ସ୍ୱାବଲମ୍ୱୀ ଏବଂ ରୋଜଗାରକ୍ଷମ କରିବା ପାଇଁ ସରକାରଙ୍କ ମିଶନ ଶକ୍ତି ଯୋଜନା ରହିଛି । ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗରେ ଏପରି ଏକ ଖାଦ୍ୟର ପ୍ରକ୍ରିୟାକରଣ ୟୁନିଟ୍ ଆରମ୍ଭ ହୋଇଥିବାରୁ ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ନିଜ ପରିଶ୍ରମ ବଳରେ ଦୁଇ ପଇସା ରୋଜଗାର କରି ମହିଳାମାନେ ବି ବେଶ ଖୁସି ଅଛନ୍ତି । ଏଥିପାଇଁ ରାଜ୍ଯ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଉଛି ।" ସରକାରଙ୍କ ମିଶନ ଶକ୍ତି ଏବେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛି । ଚମାଖଣ୍ଡି ଗ୍ରାମର ମହିଳାଙ୍କ ଏହି ପ୍ରୟାସ ଅନ୍ୟ ମହିଳାଙ୍କୁ ସ୍ବାବଲମ୍ବୀ ଦିଗରେ ପ୍ରେରଣା ଦେବ ନିଶ୍ଚୟ ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.