ଭଞ୍ଜନଗର: ମଦ ମୃତ୍ୟୁକୁ ନେଇ ତାତିଲେ ମହିଳା । ଏନେଇ ଗ୍ରାମରେ ହଟ୍ଟଗୋଳ କରିବାସହ ଉତ୍ତେଜିତ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ପଲିଥିନ ଧରି ଶହଶହ ମହିଳାମାନେ ରାସ୍ତାରେ ଏକତ୍ରିତ ହୋଇଛନ୍ତି । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଯାହାଡା ଗ୍ରାମରେ ଏପରି ମଦ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଛି । ସୋମବାର ବାବୁ ନାଏକ ମଦ ପିଇବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଯାହାର ପ୍ରତିବାଦ କରି ମଙ୍ଗଳବାର ଶତାଧିକ ମହିଳା ଏକତ୍ରିତ ହୋଇ ମଦ ଦୋକାନକୁ ପୋଡିବା ସହିତ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ଏବେବି ଗ୍ରାମରେ ଉତ୍ତେଜନା ଲାଗିରହିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ