ETV Bharat / state

ଖବର ବାଜିଲା ପ୍ରଭାବ ପଡ଼ିଲା: ବିକାଶ ଦେଖିବ ଅଘୋରୀ ମଠ, ଅଣ୍ଟା ଭିଡିଲେ ଗ୍ରାମବାସୀ

ଇଟିଭି ଭାରତରେ ବାଜିଲା ଖବର । ଅଘୋରୀ ମଠର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବୁଦ୍ଧିଜୀବୀ ଓ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

author img

By

Published : Aug 18, 2023, 2:46 PM IST

Updated : Aug 18, 2023, 3:59 PM IST

ଅଘୋରୀ ମଠର ବିକାଶ ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ

ବିକାଶ ଦେଖିବ ଅଘୋରୀ ମଠ, ଅଣ୍ଟା ଭିଡିଲେ ଗ୍ରାମବାସୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ପାହାଡ଼ଘେରା ଜଙ୍ଗଲ ମଧ୍ୟରେ ଅବସ୍ଥିତ ଅଘୋରୀ ମଠ ବିକାଶ ଆଢୁଆଳରେ । ଅସ୍ତିତ୍ୱ ଖୋଜୁଛି ପ୍ରାୟ ତିନି ଶହ ବର୍ଷର ପୁରାତନ ଏହି ମଠ । ଇଟିଭି ଭାରତରେ ଏ ସମ୍ପର୍କିତ ଖବର ପ୍ରକାଶିତ ହେବା ପରେ ଅଘୋରୀ ମଠର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ବ୍ରହ୍ମପୁର ସହରର ବିଭିନ୍ନ ସଙ୍ଗଠନର ବୁଦ୍ଧିଜୀବୀ ଓ ସ୍ଥାନୀୟ ଗ୍ରାମବାସୀ । ସୁକୁଣ୍ଡାର ଅଘୋରୀ ମଠରେ ଶ୍ରୀଜୀଉମାନେ କେବଳ ଗୋଟିଏ ଓଳା ପୂଜା ପାଉଛନ୍ତି । ମଠର ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ରାତ୍ର ସମୟରେ ଏଠାକୁ ଭୟରେ କେହି ଯାଇପାରୁ ନଥିବାରୁ ଉପବାସ ରହୁଛନ୍ତି ଶ୍ରୀଜୀଉ । ଏଭଳି ଖବର ପ୍ରକାଶିତ ହେବା ପରେ ବ୍ରହ୍ମପୁର ସହରର ସଂସ୍କାରବାଦୀ ସଙ୍ଗଠନ ଓ ବରିଷ୍ଠ ନାଗରିକମାନେ ମଠ ନିକଟରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ଯାନ କରିବା ସହିତ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ପାହାଡ଼ ଘେରା ବଣଜଙ୍ଗଲ ମଧ୍ୟରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତ ତିନି ଠାକୁର । କୁହାଯାଏ, ମହୁରି ରାଜା ଏଠାରେ ମହାପ୍ରଭୁଙ୍କୁ ସ୍ଥାପନ କରିବା ପରେ ସେହି ଦିନରୁ ପୂଜାର୍ଚ୍ଚନା ହୋଇଆସୁଛି । ରାଜ୍ୟର ପୁରୀ ପରେ ବ୍ରହ୍ମପୁର ସହର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ଏହି ଦ୍ବିତୀୟ ଅଘୋରୀ ମଠ ରହିଛି । ହେଲେ ତାହା ପରିତ୍ୟକ୍ତ ଅବସ୍ଥାରେ । ଆଜବେଷ୍ଟର ଛାତ ଫାଟି ଆଁ କରିଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ସହିତ ବର୍ଷା ହେଲେ ପାଣି ଆସି ମହାପ୍ରଭୁଙ୍କ ଉପରେ ପଡୁଛି ।ସେବାୟତ କେବଳ ଦିନରେ ଗୋଟିଏ ବେଳା ଯେନତେନ ପ୍ରକାରେ ମଠକୁ ଆସି ପୂଜା କରି ଅନ୍ନ ଭୋଗ କରୁଛନ୍ତି । ଏଠି ବିଦ୍ୟୁତ୍ ସଂଯୋଗ ନହେବା ଯୋଗୁଁ ସଞ୍ଜ ନଇଁଲେ ମଠକୁ ଯିବା ସମ୍ଭବପର ହେଉନି । ଇଟିଭି ଭାରତ ଜରିଆରେ ଏହି ଖବର ଜାଣିପାରିବା ପରେ ଶେଷରେ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଏକତ୍ରିତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିକାଶ ଆଢୁଆଳରେ ଅଘୋରୀ ମଠ; ୩୦୦ ବର୍ଷ ପୂର୍ବେ ସ୍ଥାପନ ହୋଇଥିଲେ ଶ୍ରୀଜିଉ, ଓଳିଏ ଖାଇଲେ ଓଳିଏ ଉପାସରେ ମହାପ୍ରଭୁ

ପ୍ରାକୃତିକ ପରିବେଶ ମଧ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନରେ ତିନି ଠାକୁରଙ୍କ ସହିତ ମାଆ ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯାଉଛି । ତେଣୁ ସରକାରଙ୍କ ପକ୍ଷରୁ ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ପୁରାତନ ମଠ ଓ ମନ୍ଦିରର ଉନ୍ନତିକରଣ ପାଇଁ ଅନେକ ସ୍ଥାନରେ ପଦକ୍ଷେପ ନିଆଯାଇଛି । ତେଣୁ ବ୍ରହ୍ମପୁର ସହରଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ଏହି ପୁରାତନ ମଠର ବିକାଶ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 18, 2023, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.