ETV Bharat / state

ରାତିର ନିଦ ଉଡାଇଲା ବିଦ୍ୟୁତ୍‌ କାଟ୍‌, ତାତିଲେ ଗୋଷାଣି ନୂଆଗାଁ ବାସିନ୍ଦା

ଅଘୋଷିତ ବିଦ୍ୟୁତ୍‌ କାଟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ଗୋଷାଣି ନୂଆଗାଁ ବାସିନ୍ଦା । ଟାଟା ପାୱାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାଳିଲେ ଟାୟାର । ଅଧିକ ପଢ଼ନ୍ତୁ

author img

By

Published : Jul 12, 2023, 5:35 PM IST

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ଗୋଷାଣିନୂଆଗାଁ ବାସିନ୍ଦା

ବ୍ରହ୍ମପୁର: ସହରରେ ବାରମ୍ୱାର ବିଦ୍ୟୁତ୍ ବିଭ୍ରାଟକୁ ନେଇ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଜନଅସନ୍ତୋଷ । ମୁଖ୍ୟତଃ ରାତ୍ର ସମୟରେ ବିଦ୍ୟୁତ୍ କାଟ ଯୋଗୁଁ ଜନସାଧାରଣ ନାହିଁନଥିବା ସମସ୍ୟାର ସମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ସହରର ଗୋଷାଣି ନୂଆଗାଁ ଅଞ୍ଚଳବାସିନ୍ଦା ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରି ଟାୟାର ଜାଳି ରାସ୍ତାରୋକ କରିଥିଲେ ।

ଗୋଷାଣି ନୂଆଗାଁବାସୀଙ୍କ ଅଭିଯୋଗ ଅନୁଯାୟୀ, ଅଞ୍ଚଳରେ ରାତ୍ର 11ଟା ପରେ ବିଦ୍ୟୁତ୍ କାଟ ହେଉଛି । ଫଳରେ ଦିନ ତମାମ କର୍ଯ୍ୟ କରି ବିଶ୍ରାମ ନେବା ସମୟରେ ପାୱାର କଟ୍‌ ହେଉଛି । ଯାହାକୁ ନେଇ ଧିରେ ଧିରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ସମସ୍ୟାକୁ ନେଇ ସ୍ଥାନୀୟ ବିଦ୍ୟୁତ୍ ବିଭାଗ କର୍ତ୍ତୃପକ୍ଷଙ୍କୁ ବାରମ୍ୱାର ଅଭିଯୋଗ କଲେ ମଧ୍ଯ ଦୃଷ୍ଟି ଦେଉନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଫଳରେ ବାଧ୍ୟ ହୋଇ ରାସ୍ତା ରୋକ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ସେପଟେ ପୂର୍ବରୁ ଅଞ୍ଚଳବାସିନ୍ଦା ଏହି ଦାବି କରିଥିବା ବେଳେ ଦୁଇ ଦିନ ବିଦ୍ୟୁତ କାଟ ବନ୍ଦ ଥିଲା । ମାତ୍ର ଦୁଇ ଦିନ ପରେ ପୁଣି ଥରେ ସେହି ସମସ୍ୟା ଦେଖିବାକୁ ମିଳୁଥିବାରୁ ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ରାସ୍ତାରୋକ ଆନ୍ଦୋଳନରେ ସାମିଲ ହୋଇଥିବା ଅଞ୍ଚଳବାସିନ୍ଦାଙ୍କ ସହିତ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଆଲୋଚନା କରିଥିଲେ । ଗତକାଲି (ମଙ୍ଗଳବାର) ରାତ୍ର ସମୟରେ ଏକ ଇନସୁଲେଟର ବିସ୍ଫୋରଣ ହୋଇଥିବା ଯୋଗୁଁ ଏପରି ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।

ଏହା ବି ପଢନ୍ତୁ: ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ, ଟାଟା ପାୱାର କାର୍ଯ୍ୟାଳୟକୁ ଅଣ୍ଡାମାଡ କଲେ କଂଗ୍ରେସ କର୍ମୀ

ବ୍ରହ୍ମପୁର ସିଟି ସର୍କଲ ଅଧିକ୍ଷଣ ଯନ୍ତ୍ରୀ ଏଲ୍.ଏନ୍.ପଣ୍ଡା କହିଛନ୍ତି, ‘‘ଲୋକମାନଙ୍କ ସୁବିଧା ପାଇଁ ଗୋଷାଣି ନୂଆଗାଁ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଫିଡର୍ କରାଯାଉଛି । ଏହାର 75 ରୁ 80 ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବାରୁ ଆଗାମୀ ତିନି ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶୃତି ଦେଉଛି । କୌଣସି ପ୍ରକାରର ଅଘୋଷିତ ବିଦ୍ୟୁତ କାଟ୍‌ କରାଯାଉନାହିଁ । ଲୋକଙ୍କ ସମସ୍ୟା ଯଥା ସମ୍ଭବ ଦୂର କରିବା ପାଇଁ ଆମ ଟିମ୍ କାର୍ଯ୍ୟରେ ଲାଗିଛି ।’’ ପରେ ଅଞ୍ଚଳବାସିନ୍ଦାଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିବା ପରେ ରାସ୍ତାରୋକ ଓ ଆନ୍ଦୋଳନରୁ ଉଠିଥିଲେ ଅଞ୍ଚଳବାସୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.