ETV Bharat / state

କୋଟିନଡା ଆକ୍ରମଣ ଘଟଣାରେ ପୁଣି 4 ଗିରଫ, ପ୍ରତିବାଦରେ ଗାଁ ଲୋକଙ୍କ ବିକ୍ଷୋଭ

author img

By

Published : Jun 7, 2021, 8:09 AM IST

ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡା ଗ୍ରାମର ଆକ୍ରମଣ ମାମଲାରେ ପୋଲିସ ପୁଣି 4 ଜଣଙ୍କୁ ଗିରଫ କରିଛି । ଏହାକୁ ପ୍ରତିବାଦରେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଥାନା ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଥାନା ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର: ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡା ଗ୍ରାମର ଆକ୍ରମଣ ମାମଲାରେ ପୋଲିସ ପୁଣି 4 ଜଣଙ୍କୁ ଗିରଫ କରିଛି । ଏହାକୁ ପ୍ରତିବାଦରେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଉକ୍ତ ଗ୍ରାମର ଜଣେ ଯୁବକକୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯିବା ମାମଲାରେ ଦିଗପହଣ୍ଡି ପୋଲିସ ପୂର୍ବରୁ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ରବିବାର ପୁଣି ଚାରି ଜଣଙ୍କୁ ଗିରଫ କରିଛି ।

ଥାନା ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଏହାକୁ ପ୍ରତିବାଦ କରି କୋଟିନଡା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଦିଗପହଣ୍ଡି ଥାନା ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ଥାନା ପରିସରରେ ଚାପା ଉତ୍ତେଜନା ଲାଗି ରହିଥିଲା । ଗିରଫ ଅଭିଯୁକ୍ତ ମାନେ କୋଟିନଡା ଗ୍ରାମର ସୁଶାନ୍ତ ସ୍ବାଇଁ, ରାମହରି ଜେନା, ବାଳକୃଷ୍ଣ ବିଷୋୟୀ ଏବଂ ମାଗତା ସ୍ବାଇଁ । ଗିରଫଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନମିଳିବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଖବରନୁଯାୟୀ, ଗତ ୧୫ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ ମନୋଜ ଗ୍ରାମ ରାଧାକୃଷ୍ଣ ମନ୍ଦିର ନିକଟରେ ବସିଥିବା ବେଳେ ଗ୍ରାମର ଜଣେ ଲୋକଙ୍କ ଜନ୍ମଦିନ ଚାଲିଥିଲା । ଏହି ସମୟରେ ମନୋଜ କୁଆଡ଼େ ଗାଲିଗୁଲଜ କରିଥିବା ନେଇ ଗ୍ରାମର କିଛି ଲୋକଙ୍କ ସହ ପାଟିତୁଣ୍ଡ ପରେ ୯ ଜଣ ମିଶି ମନୋଜକୁ ଆକ୍ରମଣ କରିବା ସହ ମନୋଜ ଓ ତାଙ୍କ ଭାଇ ଧିରେନଙ୍କ ଘର ଭଙ୍ଗାରୁଜା ହୋଇଥିଲା ।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ମନୋଜ ଗ୍ରାମରେ ପୂର୍ବରୁ ଆତଙ୍କ ଚଳାଇ ଆସୁଥିବା ସହ ବିଭିନ୍ନ ସମୟରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ସେ ଲିପ୍ତ ଥିବା ଏବଂ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ । ଏପରିକି ଘଟଣା ଦିନ ମନୋଜ ହିଁ ପ୍ରଥମେ ଗଣ୍ଡଗୋଳ ସୃଷ୍ଟି କରିଥିବା ଗ୍ରାମବାସୀ କହିଛନ୍ତି । ପୂର୍ବରୁ ମନୋଜ 2-3 ଥର ଦିଗପହଣ୍ଡି ଥାନାରେ ଅଟକ ମଧ୍ୟ ରହିଥିବା ଜଣାପଡିଛି । ବର୍ତ୍ତମାନ ଘଟଣାକୁ ନେଇ ମନୋଜଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ତାକୁ ଗିରଫ କରୁନଥିବା ଗ୍ରାମବାସୀ କହିଥିଲେ ।

ଫଳରେ ଗ୍ରାମବାସୀ ଏହାକୁ ପ୍ରତିବାଦ କରି ଶତାଧିକ ମହିଳା ପୁରୁଷ ସରପଞ୍ଚ ପ୍ରତିନିଧି ଉମାକାନ୍ତ ବିଷୋୟୀଙ୍କ ନେତୃତ୍ବରେ ଥାନା ଭିତରକୁ ପଶି ଫାଟକ ଆଗରେ ବିକ୍ଷୋଭ କରିଥିଲେ । ଖବରପାଇ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ସମେତ ନୂଆଗାଁ ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ ଓ ଅନ୍ୟ ଅଧିକାରୀ ବୃନ୍ଦ ଥାନାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପରେ ପୋଲିସ ଅଧିକାରୀ ମାନେ ବିଭିନ୍ନ ମାମଲାରେ ଅଭିଯୁକ୍ତ ଥିବା ମନୋଜ ସ୍ବାଇଁଙ୍କୁ ଏବଂ ଏହାର ସହଯୋଗୀଙ୍କୁ ଖୁବଶୀଘ୍ର ଗିରଫ କରାଯିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.